Puri sahi jata

Puri sahi jata It Says About the culture of puri sahi jata and samar kala

(ଚନ୍ଦନମେଳ ମଧ୍ୟ ସାହିଯାତ ଅନ୍ତର୍ଭୁକ୍ତ):ଚନ୍ଦନଯାତ୍ରାର ଅଷ୍ଟାଦଶ ଦିବସ ଅବସରରେ କାଳୀକାଦେବୀ ସାହି ପକ୍ଷରୁ ଚନ୍ଦନମେଳ ଅତି ବର୍ଣ୍ଣାଢ଼୍ୟ ସମା...
08/05/2026

(ଚନ୍ଦନମେଳ ମଧ୍ୟ ସାହିଯାତ ଅନ୍ତର୍ଭୁକ୍ତ):
ଚନ୍ଦନଯାତ୍ରାର ଅଷ୍ଟାଦଶ ଦିବସ ଅବସରରେ କାଳୀକାଦେବୀ ସାହି ପକ୍ଷରୁ ଚନ୍ଦନମେଳ ଅତି ବର୍ଣ୍ଣାଢ଼୍ୟ ସମାରୋହରେ ରେ ବାହାରିଥିଲେ ଆଉ ସାହିର ମହାକାଳେଶ୍ଵର ମହାଦେବ ଙ୍କ ମୁଖାମେଢ଼ ବାହାରି ଥିଲେ ଏବଂ କଳାକାରଙ୍କ ସୁନ୍ଦର୍ ଶିବ ନୃତ୍ୟ ପରିବେଷଣ କାଲିର ଚନ୍ଦନମେଳ କୁ ଅତ୍ୟନ୍ତ ସୁନ୍ଦର୍ କରିଥିଲା।
#ଚନ୍ଦନମେଳ
#କାଳୀକାଦେବୀସାହି
#ମହାକାଳେଶ୍ୱରମୁଖା
#ଚନ୍ଦନଯାତ୨୦୨୬
#ଚନ୍ଦନଯାତ
#ମହାକାଳେଶ୍ଵର

ଉଗ୍ର ବୀର ଙ୍କ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା...। 🙇🏻‍♂️
30/04/2026

ଉଗ୍ର ବୀର ଙ୍କ ଜନ୍ମଦିନ ର ହାର୍ଦ୍ଧିକ ଶୁଭେଚ୍ଛା...। 🙇🏻‍♂️

17/04/2026

ଶ୍ରୀକ୍ଷେତ୍ର ପୁରୀ ର ସଂସ୍କୃତି ଏବଂ ମହାପ୍ରଭୁ ଙ୍କ ପ୍ରୀତ୍ୟର୍ଥେ ପାଳନ ହେଉଥିବା ଯାତ୍ରା ମଧ୍ୟ୍ୟ ରୁ ସାହିଯାତ ଅନ୍ୟତମ। ତେବେ ସମସ୍ତଙ୍କ ପାଇଁ ସାହିଯାତ ୨୦୨୬ ସରିଥିବା ବେଳେ ପୁରୀ ବାସୀ ଙ୍କ ପାଇଁ ଅଥବା ପୁରୀ ବୋଲି ରେ ସାହିଯାତ ବଢିଛି।

ଏହା ସହ ମହାପ୍ରଭୁ ଙ୍କ ଅତି ଦୁର୍ଲଭ ଏବଂ ସର୍ବାଧିକ ଦିନ ପର୍ଯ୍ୟନ୍ତ ଚାଲୁଥିବା ଚନ୍ଦନ ଯାତ ଆଗତ ପ୍ରାୟ ।

ଆଉ ମାତ୍ର ୩ଦିନ ର ପ୍ରତୀକ୍ଷା। 🙇🏻‍♂️

Among the various festivals celebrated in Shreekhetra Puri to honor the culture and devotion of Mahaprabhu Shree Jagannatha, Sahi Jata holds a special place. While for most people Sahi Jata 2026 has concluded, for the residents of Puri—or in the local dialect—the spirit of the festival has "grown" (continued) in their hearts.

In addition to this, the longest-running festival of the Mahaprabhu, Chandan Yatra, is round the corners.

Only 3 more days to begin.... 🙇🏻‍♂️

14/04/2026

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମାହାବୀର ତେଜସ୍ୱୀ ହନୁମାନ ଙ୍କ ଜନ୍ମ ଜୟନ୍ତୀ ଅବସର ରେ ମାହାବୀର ଙ୍କ ଅନ୍ୟତମ ରୂପ ବାର ଭାଇ ମାହାବୀର ମେଢ଼ ଅନ୍ୟତମ। ହରଚଣ୍ଡୀ ସାହି ର ବାର ଭାଇ ମାହାବୀର ମେଢ଼ ଙ୍କ ଅପୂର୍ଵ ନୃତ୍ୟ ସହ ରାମ ରାମ ଜପ।

14/04/2026

ଏ ସନ ସାହିଯାତ ବଢିଲା...।
ସାହିଯାତ ର ଅନ୍ତିମ ନୀତି ରାମ ଅଭିଷେକ ନୀତି ସହ ଗୌଡ଼ବାଡ଼ ସାହି ରୁ ପତିହାରା ହନୁମାନ ବାହାରି ବନ୍ଧୁ ସାହି ଯିବା ସହ ଶ୍ରୀ ମନ୍ଦିର ରୁ ରାମ, ସୀତା, ଲକ୍ଷ୍ମଣ ଙ୍କୁ ସାଙ୍ଗରେ ନେଇ ଜଗନ୍ନାଥ ବଲ୍ଲଭ ଯାଇଥିଲେ।

ସାହିଯାତ ର ଅନ୍ତିମ ପର୍ବ ରାମାଭିଷେକ ନୀତି ନିମନ୍ତେ ଗୌଡ଼ବାଡ଼ ସାହିରୁ ପତିଆରା ହନୁମନ୍ତ ଓ ଭରତ ଶତ୍ରୁଘ୍ନ ଦୁଇ ଚରିତ୍ର ନିଜ ସାହି ରୁ ବାହାରି...
13/04/2026

ସାହିଯାତ ର ଅନ୍ତିମ ପର୍ବ ରାମାଭିଷେକ ନୀତି ନିମନ୍ତେ ଗୌଡ଼ବାଡ଼ ସାହିରୁ ପତିଆରା ହନୁମନ୍ତ ଓ ଭରତ ଶତ୍ରୁଘ୍ନ ଦୁଇ ଚରିତ୍ର ନିଜ ସାହି ରୁ ବାହାରି ନନ୍ଦୀଗ୍ରାମ କୁ ନିଜ ନୀତି ନିମନ୍ତେ ଗମନ, ତତ୍ସହିତ ରଥରେ ବିରାଜମାନ କରି ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ବିଜେ।

#ସାହିଯାତ୨୦୨୬
#ସାହିଯାତ
#ପତିଆରା
#ହନୁମନ୍ତ
#ହନୁମାନ
#ନନ୍ଦୀଗ୍ରାମ

ବିଲୁପ୍ତ ବଳଭଦ୍ରବଲ୍ଲଭ ରେ ନିର୍ମିତ ନନ୍ଦୀଗ୍ରାମ ରେ ରାମ ଙ୍କ ଚଳିତ ବର୍ଷର ଅନ୍ତିମ ନୀତି ନିମନ୍ତେ ଚଳନ୍ତି ବିଗ୍ରହ ଙ୍କ ସମସ୍ତ ନୀତି ଅନୁଷ୍ଟି...
13/04/2026

ବିଲୁପ୍ତ ବଳଭଦ୍ରବଲ୍ଲଭ ରେ ନିର୍ମିତ ନନ୍ଦୀଗ୍ରାମ ରେ ରାମ ଙ୍କ ଚଳିତ ବର୍ଷର ଅନ୍ତିମ ନୀତି ନିମନ୍ତେ ଚଳନ୍ତି ବିଗ୍ରହ ଙ୍କ ସମସ୍ତ ନୀତି ଅନୁଷ୍ଟିତ ହୋଇଥିଲା ପ୍ରଥମେ ମହାପ୍ରଭୁ ଜଗନ୍ନାଥବଲ୍ଲଭ ପାଖରେ ହେବା କ୍ଷଣି ପୂଜାପଣ୍ଡା ସାମନ୍ତ ଶ୍ରୀରାମ ଙ୍କ ଠୁ ଆଜ୍ଞାମାଳ ନେଇ ସୁଗ୍ରୀବ ମହାବୀର ଙ୍କ ନିକଟକୁ ଘଣ୍ଟ ଛତା ସହ ଯାଇଥିଲେ ଓ ମାଳ ଲାଗି କରି ଆସିଥିଲେ। ଏଣେ ଦିଅଁ ଙ୍କୁ ବିମାନବଡୁ ସେବକ ମାନେ ବିଲୁପ୍ତ ବଳଭଦ୍ରବଲ୍ଲଭ ରେ ନିର୍ମିତ ଅସ୍ଥାୟୀ ନନ୍ଦୀଗ୍ରାମ ନିକଟ କୁ ନେଇଥିଲେ ଓ ପାଲିଙ୍କି ବିଜେ କରାଇଥିଲେ। ପରେ ଶ୍ରୀମନ୍ଦିର ର ଭଣ୍ଡାର ଘରୁ ଆସିଥିବା ଶ୍ରୀରାମ ପାଦୁକା ଯାହା ବର୍ଣ୍ଣାଢ଼୍ୟ ଶୋଭା ରେ ଘଣ୍ଟ ଓଲାର ବାଜୟନ୍ତ୍ରି କାହାଳୀ ଆଦି ସହ ବିଜେ ହୋଇଥିଲେ ତାହା କୁ ଧରି ଭରତ ବେଶ ଧାରି ଚରିତ୍ର ତାହା ରାମ ଙ୍କ ଚରଣ ଛୁଆଁଇ ମହାପ୍ରଭୁ ଙ୍କୁ ପ୍ରଣାମ ଜଣାଇ ସେଠି ରହିଥାଆନ୍ତି ଓ ପରେ ପତିଆରା ହନୁମନ୍ତ/ପ୍ରତିହାରା ହନୁମାନ ଓ ଋଷି ବଶିଷ୍ଠ ଦୁହେଁ ମହାପ୍ରଭୁ ଙ୍କ ପାଖେ ମୁଣ୍ଡିଆ ମାରି ନିଜ ନୃତ୍ୟ ପ୍ରଦର୍ଶନକରିଥିଲେ ଓ ତିନି ଥର ପତିଆରା ଦେଖାଇ ମହାପ୍ରଭୁ ଙ୍କ ଆଗେ ଡାକିଥିଲେ ଯେ "ପତିଆରା ରେ ପତିଆରା!
ଶ୍ରୀ ରଘୁନାଥ ପରମ ଦୟାଳୁ
ଦୁଷ୍ଟ ନିବାରି ସନ୍ଥ ପାଳୁ"
ଏହା ପରେ ମହାପ୍ରଭୁ ପାଖେ ମୁଣ୍ଡିଆ ମାରି ଫେରିଥିଲେ ଓ ନନ୍ଦୀଗ୍ରାମ ଭିତରେ ପୂଜା ଠା ବସିଲା ଓ ରାମ, ଲକ୍ଷ୍ମଣ,ସୀତା ହନୁମାନ ଙ୍କୁ ପ୍ରସାଦ ଲାଗି ହୋଇ ଭୋଗ ବସିଲା ଓ ଭୋଗ ଅନ୍ତେ ଆଳତୀ, ଵନ୍ଦାପନା, କର୍ପୁର ଆଳତୀ, ଏ ସବୁ ପରେ ଚାରି ଚଳନ୍ତି ବିଗ୍ରହ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଶ୍ରୀମନ୍ଦିର ରେ ଲକ୍ଷ୍ମୀ ଙ୍କ ଜଗମୋହନ ରେ ମହାପ୍ରଭୁ ଙ୍କ ଅଭିଷେକ ନୀତି ଆଦି ଅନୁଷ୍ଟିତ ହୋଇ ରାମାଅଭିଷେକ ବଢ଼ିଛି।

#ସାହିଯାତ୨୦୨୬
#ସାହିଯାତ
#ପତିଆରା
#ହନୁମନ୍ତ
#ହନୁମାନ
#ନନ୍ଦୀଗ୍ରାମ

12/04/2026
09/04/2026

ସାହିଯାତ ର ଚତୁର୍ଥ ରଜନୀ ରେ ମାର୍କଣ୍ଡେଶ୍ୱର ସାହି ର ମଣି ନାଗେଶ୍ୱରୀ ମେଢ଼।

08/04/2026

ସାହିଯାତ ର ଷଷ୍ଠ ଦିନ ଦୋଳମଣ୍ଡପ ସାହି ର ପାଳି ଥାଏ ଲଙ୍କା ପୋଡ଼ି ନୀତି କରିବା ପାଇଁ..।ତେବେ ଦୋଳମଣ୍ଡପ ସାହି ରାବଣ ସକାଳୁ ଯାଇ ପ୍ରଥମେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ନିଜ ସାହି ପରିକ୍ରମା କରେ..।

Address

Puri

Website

Alerts

Be the first to know and let us send you an email when Puri sahi jata posts news and promotions. Your email address will not be used for any other purpose, and you can unsubscribe at any time.

Share

Category