03/03/2026
⚫❗⚫
🍁 -: ll *ଦୋଳ ପୂର୍ଣ୍ଣିମା* ll :- 🍁
" ଦୋଳେ ଶ୍ଚ ଦୋଳ ଗୋବିନ୍ଦଂ
ଚାପେ ଶ୍ଚ ମଧୂସୁଦନମ୍
ରଥେତୁ ବାମନଂ ଦୃଷ୍ଟ୍ଵା
ପୂର୍ନଜନ୍ମ ନ ବିଦ୍ୟତେ "
ଫଗୁଣରେ ଫଗୁ ଉତ୍ସବ l ଦୋଳି ଖେଳୁଛନ୍ତି ଦୋଳ ଗୋବିନ୍ଦ l ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ l ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି l ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା l ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ l ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା l
ପ୍ରହଲ୍ଲାଦ ର ପୁତ୍ର ବୌରୋଚନ ତା ପୁତ୍ର ବଳି l ବଳି ଏହିଦିନ ପାତାଳ ଗାମିନି ହେଲା ୩ ପାଦ ଭୂମି ଦେଇ ସେଥିପାଇଁ ଘରେ ଘରେ ପୁରେ ପୁରେ ଲୋକମାନେ ଅଭିର ଦେଇ ପୂଜା କରନ୍ତି l ଅର୍ଥାତ ବଳି ପାତାଳ କୁ ଗଲା l ଅସୁର ସଂସ୍କୃତି ନଷ୍ଟ ହେଲା l ହୋଲିକା ରାକ୍ଷାସୀ ର ପୁଅ ନା ହେଲା ମେଷ l ମେଷ ର ଉପଦ୍ରବ କୁ ନାଶ କରିବା ପାଇଁ ଭଗବାନ ତା ଦେହ ସାରା ଅଭିର ବୋଳି ଦେଇଥିଲେ l ଶରିର ରେ ଫଗୁର ଲେପନ କଲେ ଶରିର ଭିତରେ ଥିବା ବସନ୍ତ , ମିଳିମିଳା , ହାଡଫୁଟି ସବୁ ରୋଗ ନାଶ ପାଏ ଆଉ ସେ ରୋଗ ହୁଏ ନାହିଁ l
ଏହି ଦୋଳ ପୂର୍ଣ୍ଣିମାରେ ଜଗନ୍ନାଥ ଙ୍କ ପ୍ରସିଦ୍ଦ ଯାତ୍ରା ଚାଚେରୀ ଯାତ୍ରା ହୁଏ l ପଞ୍ଚୁ ପାଣ୍ଡବ ଜଗନ୍ନାଥଙ୍କ ସହିତ ଦୋଳ ଉତ୍ସବ ରେ ଯାଆନ୍ତି ଜଗନ୍ନାଥ ବଲ୍ଲଭ ମଠ l ସେଠାରେ ଯାଇ ତାଙ୍କର ପନ୍ଥି ଭୋଜନ ଗ୍ରହଣ କରନ୍ତି l ଯେଉଁ ଦିନ ପୂର୍ଣ୍ଣିମା ହେବ ପ୍ରଭୁ ସେ ଦିନ ଦୋଳ ବେଦୀ ରେ ବସିବେ l ୫୬ ଘେରା ପରିକ୍ରମା କରିବେ l
" ୫୬ କୋଟି ଜୀବ ଜନ୍ତୁ ଜହ୍ନି କରିଛ ଜାତ
ତୁମ୍ଭର ଭକ୍ତ ର ଭକ୍ତ ମୁହିଁ ଭଣେ ଦିନ ଅଚୁତ "
୫୬ କୋଟି ଜିବ ମୁକ୍ତି ଲାଭ କରିବା ପାଇଁ ୫୬ ପ୍ରକାର ପରିକ୍ରମା କରି କାଳିଆ କଳାଠାକୁର କୋଟି କୈବଲ୍ଯ ନାଥ ଜଗନ୍ନାଥ ମହାପ୍ରଭୁ l ଆନନ୍ଦରେ ୫୬ ପ୍ରକାର ଘେରା ବୁଲନ୍ତି ବୁଲିଲା ବେଳେ ପାର୍ଥନା କରିବେ ଦୁରରୁ -
" ଜାନି କାନି ଜପାପାନୀ ଜନ୍ମ ଜନ୍ମାନ୍ତରାଣି ଚ
ତାନୀ ସର୍ବାଣୀ ନଶ୍ୟନ୍ତି ପ୍ରଦ୍ୟକ୍ଷଣ ପଦତ ପଦେ "
ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ l ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି l ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ l ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ l ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦl ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି l ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ l ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି l ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି l ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି l ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ l ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ l
ଇତିହାସ :-
୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିର ନିର୍ମାଣ ସମ୍ପନ୍ନ କରି ନବ ନିର୍ମିତ ରତ୍ନସିଂହାସନ ରେ ଶ୍ରୀଜୀଉମାନଙ୍କୁ ପ୍ରତିଷ୍ଠା କରାଇଥିଲେ। ଦୋଳ ଉତ୍ସବ ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ମଣ୍ଡପ ଶ୍ରୀମନ୍ଦିରର ଅଳ୍ପ ଦୂରରେ ନିର୍ମାଣ କରାଇଥିଲେ । ସେହି ସମୟରୁ ଏହି ଉତ୍ସବ ଉକ୍ତ ମଣ୍ଡପ ରେ ହେଉଥିଲା। ସେହି ମଣ୍ଡପଟିର ପ୍ରାଚୀନ ସ୍ମୃତି ବହନ କରି ଆଜି ଉକ୍ତ ସାହିର ନାମ ଦୋଳ ମଣ୍ଡପ ସାହି ରୂପେ ପ୍ରସିଦ୍ଧି ଲାଭ କରିଛି।
ମାଦଳା ପାଞ୍ଜି ରୁ ଜଣାଯାଏ ଯେ, ପୂର୍ବେ ଶ୍ରୀ ବିଗ୍ରହମାନଙ୍କୁ ଦୋଳବେଦୀକୁ ବିଜେ କରି ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ୧୪୮୨ ଶକାବ୍ଦରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳରେ ଜଗନ୍ନାଥ ମହାପ୍ରଭୁ ଦୋଳବେଦୀ କୁ ଜାଉଥିଲେ ବିଶାଳ ବିଗ୍ରହ ରଶାଳ ବିଗ୍ରହ , ବିସ୍ତୃତ ବାହୁ ଜୁଗୋଳ କୋଟି କୈବଲ୍ୟେ ନାଥ ଜଗନ୍ନାଥ ମହାପ୍ରଭୁ ନବାରେ ଯେତିକି ଲୋକ ଆଣିବରେ ସେତିକି ଲୋକ l ଲହୁ ଲୁହାଣ ହେଇଯିବେ ଅଣ ନିଶ୍ଵାଶି ହେଇଯିବେ l ବଳିଷ୍ଟ ବଳବନ୍ତ ବପୁବନ୍ତ ସେବକ ମାନେ ପ୍ରଭୁଙ୍କୁ ବୋହିକି ନିଅନ୍ତି l
କୌଣସି କାରଣ ବସତ ଠାକୁରମାନେ ଦୋଳି ଖେଳିବା ବେଳେ ହଠାତ ଦୋଳିର ଗୋଟିଏ ପଟ ଛିଣ୍ଡି ପଡ଼ିବା ଫଳରେ ଜଗନ୍ନାଥଙ୍କ ବିଗ୍ରହର ଗୋଟିଏ ପଟ ହାତରେ ସାମାନ୍ୟ ଆଘାତ ଲାଗିଥିଲା l ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଚକାଡୋଳା ଜଗତର ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ତିଆରି ମଦନମୋହନଙ୍କ ବିଗ୍ରହକୁ ଦୋଳମଣ୍ଡପକୁ ନେବା ବିଧି ପ୍ରଚଳନ କରାଯାଇଛି l ସେହି ପରଠାରୁ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇ ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରାଯାଇଛି l ବିରାଟ ଦୋଳ ବେଦୀ କରି ସେଇଠି ଦୋଳ ଉତ୍ସବ ପାଳନ ହେଲା l
ଚାଚେରୀ ଭୋଗ ଲାଗିଲା l କଶି ଆମ୍ବ , ଚଣା ଭୋଗ ପ୍ରଭୁଙ୍କୁ ଦିଆଜାଉଥିଲା l ଏହା ହିଁ ଦୋଳ ର ସୋତନ୍ତ୍ରତା l ଆଳୁ ଆମେ ଖାଉଛେ ଯେହେତୁ ବିଲାତି ଆଳୁ ବିଲାତ ଶବ୍ଦ ଲାଗିଛି ପ୍ରଭୁ ଖାଇବେନି l ଆମେ ବାଇଗଣ ଖାଉଛେ ପ୍ରଭୁ ଖାଇବେନି l ଏମିତି କିଛି ପରିବା ଅଛି ତାହା ପ୍ରଭୁ ଖାଇବେନି ଅତଏବ ଜଗନ୍ନାଥ ମହାପ୍ରଭୁ ସେ ପରମ୍ପରା କୁ ଧରି ଥିବା ଯୋଗୁ ସେତେବେଳେ ଯେଉଁ ଭୋଗ ଲାଗେ ଖଇ , ସାକର , ପେଡା ଭୋଗ ଲାଗେ l ଭୋଗ ଲାଗି ପରେ ପ୍ରଭୁ ୫୬ ଘେରା ବୁଲନ୍ତି ପୁରା ଅଭିରରେ ବୁଡି ଥିବେ ଭଗବାନ l
କାଳକ୍ରମେ ଆରମ୍ଭ ହେଲା ବିଗ୍ରହ ଙ୍କୁ ବୁଲେଇ କି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଯେଉଁ ଦୋଳମଣ୍ଡପ ସାହି ଅଛି ଅନେକ କୁହନ୍ତି ସେଠି ଦୋଳ ମଣ୍ଡପ ଥିଲା ତାକୁ ନେଇକି ଆସିଲେ ଉତ୍ତର ପୂର୍ବ ଦିଗକୁ l ଲକ୍ଷ୍ମୀ ସରସ୍ଵତୀ ମଦନ ମୋହନ ଦୋଳଗିବିନ୍ଦ ଯାଆନ୍ତି ଏହି ଦୋଳ ବିମାନ ରେ l
ଜଗନ୍ନାଥ ଙ୍କ ୧୨ ଜାତ୍ରା ହେଲା ପ୍ରସିଦ୍ଧ ଜାତ୍ରା ତା ଶ୍ରେଷ୍ଟ ଜାତ୍ରା ହେଲା ୩ ଟି ଜାତ୍ରା ସେଗୁଡିକ ହେଲା ଦୋଳ , ସ୍ନାନ ,ଶ୍ରୀ ଗୁଣ୍ଡିଚା l
ଲଉଡ଼ି ଖେଳର ବିଧି :-
ଦୋଳଯାତ୍ରାର ମୁଖ୍ୟ ଆକର୍ଷଣ କାଠି ଲଉଡି ଖେଳ l ଦ୍ୱାପର ଯୁଗରେ ଗୋପପୁରରେ ଶ୍ରୀକୃଷ୍ଣ୍ନ ଓ ବଳରାମ ଅନ୍ୟ ଗୋପାଳ ସାଥୀମାନଙ୍କ ସହ ଗାଈ ଚରାଇବା ବେଳେ ଦୁଇ ହାତରେ ବାଡ଼ି ଧରି ବୀରତା ପ୍ରଦର୍ଶନ ପୂର୍ବକ ବାଡ଼ି ଖେଳି ମନୋରଂଜନ କରୁଥିଲେ l ଗୋଟିଏ ଦଳ ବାଡ଼ିଧରି ଆକ୍ରମଣ କରୁଥିବାବେଳେ ଅନ୍ୟଦଳ ବିଭିନ୍ନ କୌଶଳ ପ୍ରଦର୍ଶନ କରି ବାଡି ସାହାଯ୍ୟରେ ଆକ୍ରମଣକୁ ପ୍ରତିହତ କରୁଥିଲେ l
ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାପରି ରଙ୍ଗର ବେଶରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି l ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି l ଦୁଇ ହାତରେ ଥାଏ ଦୁଇ ଲଉଡ଼ି l ଲଉଡ଼ି ଭେରୁ ବା କେନ୍ଦୁ କାଠରେ ପ୍ରସ୍ତୁତ ହୋଇଥାଏ l ଏହାର ମାପଥାଏ ଏକହାତ ଚାଖଣ୍ଡେ l ଏହି ବାଡ଼ି ଖେଳ ଏକ ଦଳଗତ ନୃତ୍ୟ ଯେଉଁଠି ୧୨ରୁ ୨୪ ଜଣ ଗୋପାଳ ଅଂଶଗ୍ରହଣ କରିଥାନ୍ତିl ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ବାଡ଼ିର ତାଳେ ତାଳେ ନାଚି ଉଠନ୍ତି l ମଇଁଷିର ଶିଙ୍ଘ ବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି l ଏହି ଖେଳ ସାଙ୍ଗରେ ଯେଉଁ ଗୀତ ବୋଲିଥାନ୍ତି ତାକୁ ଓଗାଳ କୁହାଯାଏ l ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ରଚିତ ‘ଗୋପାଳ ଓଗାଳ’ ଗାନ ସାଙ୍ଗକୁ ବାଦ୍ୟର ତାଳେ ତାଳେ ଗୋପାଳମାନେ ପ୍ରତ୍ୟେକ ନିଜର ଡାହାଣ ଓ ବାମ ପାଖରେ ଥିବା ସହଯୋଗୀମାନଙ୍କ ବାଡି ସହିତ ନିଜ ବାଡିକୁ ପିଟି ଶବ୍ଦ ସୃଷ୍ଟି କରିଥାନ୍ତି l ଏହି ନୃତ୍ୟରେ ଜୟ-ପରାଜୟ, ଥଟ୍ଟାପରିହାସ, ଦେବଦେବୀ ବନ୍ଦନା ଆଦି ମନୋରଂଜନର ଉପାଦାନ ପରିପୁଷ୍ଟ ହୋଇଥାଏ l ରାଧାକୃଷ୍ଣଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ ପରେ ମଦନ ମୋହନ ବେଶରେ ସୁସଜ୍ଜିତ କରି କାଗଜ, ସୋଲ, ପଳାସ ଫୁଲ ଓ ପାଟକନାରେ ସଜ୍ଜିତ ବିମାନ ହୁକୁମ୍ ଧାବଲ୍ ସ୍ୱରରେ ଢଳି ଢଳି ଗ୍ରାମ ପରିକ୍ରମା କରିଥାଏ l ବିମାନ ସାଙ୍ଗରେ ଅଢେଣୀ. ତରାସ, ଚାମର, ଧ୍ୱଜା, ସଂକୀର୍ତ୍ତନ ସହକାରେ ଗୋପାଳମାନେ ତାଙ୍କ ପ୍ରିୟ ଠାକୁରଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି l ଶ୍ରୀକୃଷ୍ଣଙ୍କୁ ଗୋପାଳ କୁହାଯାଏ l ତେଣୁ ଏହି ଦୋଳକୁ ଗୋପାଳମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିନିଅନ୍ତି l ଭଗବାନ ଶ୍ରୀକୃଷ୍ଣ ବସନ୍ତ ଉତ୍ସବର ଆରାଧ୍ୟ ଦେବତା ନୂତନ ଶିକା, ନୂତନ ବାହୁଙ୍ଗି ଓ କଳସୀ ଭାରରେ ଗୋପାଳମାନେ ପାଣି ବହନ କରି ଗୋଠ କରିକ୍ରମା କରିଥାନ୍ତି l କୃଷ୍ଣଙ୍କ ଭଜନ, କୀର୍ତ୍ତନ ଗାନ କରି ଫଗୁ ଖେଳନ୍ତି l ଫଗୁଣର ଫଗୁ ଖେଳରେ ପ୍ରକୃତି ପୁରୁଷ ଏକାକାର ହୋଇଯାନ୍ତି l ରାଧାକୃଷ୍ଣ ପ୍ରତ୍ୟେକ ଗୋପାଳ ପରିବାରକୁ ଯାଇଥାନ୍ତି l ରୋଷ ପଟୁଆର ରାଧାକୃଷ୍ଣ ମନ୍ଦିରରେ ପହଞ୍ଚବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଏ l ପ୍ରତ୍ୟେକ ଗୋପାଳ ପରିବାର ଭୋଗ ଥାଳି ସେଠାକୁ ଆଣନ୍ତି l ଲଉଡି ଖେଳାଳି ଓ ବାହୁଙ୍ଗି ବାହକ ଗୋପାଳଙ୍କ ଓଗାଳ ବୋଲି ସାତ ଘେରା ବୁଲନ୍ତି l ଠାକୁରଙ୍କୁ ଦକ୍ଷିଣାଭିମୁଖୀ କରି ଝୁଲଣରେ ଝୁଲାଯାଏ l କାରଣ ଶ୍ରୀକୃଷ୍ଣଙ୍କୁ ଦକ୍ଷିଣାଭିମୁଖେ ଦର୍ଶନ କଲେ ସର୍ବପାପ ହରଣ ହୋଇଥାଏ l ଗୋପାଳମାନେ ନିଜ ନିଜର ବାହୁଙ୍ଗି ଓ କଳସୀ ଭାର ନେଇ ଘରକୁ ଯାଆନ୍ତି l ତୁଳସୀ ପାଖରେ କଳସୀ ଥାକର ଉପର କଳସୀରୁ କ୍ଷୀର ଢଳାଯାଏ l କ୍ଷୀର କଳସୀ ଅତିକ୍ରମ କରି ଭୂମି ସ୍ପର୍ଶ କରେ l କଳସୀକୁ ଗୋପାଳ କୁଳବଧୂମାନେ ଈଶାଣ କୋଣକୁ ନେଇ ବନ୍ଦାପନା କରନ୍ତି l ରାଧାକୃଷ୍ଣଙ୍କୁ ଦୋଳମଣ୍ଡପକୁ ନିଆଯାଏ l ଉପସ୍ଥିତ ସେବାୟତମାନେ ପ୍ରଭୁଙ୍କ ସେବାକାର୍ଯ୍ୟ ସମାପନ କରିବା ପରେ ଦୋଳିରେ ବିଜେ କରାନ୍ତି l ଭକ୍ତମାନେ ଏହି ମଣ୍ଡପରେ ଠାକୁରଙ୍କୁ ଝୁଲାଇ ଝୁଲାଇ ଆନନ୍ଦ ଉପଭୋଗ କରନ୍ତି l ରାତିରେ ଠାକୁର ଝୁଲଣରେ ଥାଆନ୍ତି l ଏହି ଅବସରର ମେଲଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ l ଶତ୍ରୁତା ଓ ବିବାଦ ଭୁଲି ଭ୍ରାତୃତ୍ୱ, ବନ୍ଧୁତ୍ୱ ଓ ସହଯୋଗର ବାର୍ତ୍ତା ବହନ କରି ଗୋପାଳ ଜାତି ଏକତ୍ର ହୋଇ ଏହି ବାସନ୍ତିକ ମହୋତ୍ସବକୁ ପାଳନ କରନ୍ତି l
ଦୋଳପର୍ବ ଶ୍ରୀ ଚୈତନ୍ୟଙ୍କଦ୍ୱାରା ସମଗ୍ର ମାନବ ଜାତିର ଏକ ଗଣପର୍ବରେ ପରିଣତ ହୋଇଥିଲେ ମଧ୍ୟ ଗୋପାଳମାନଙ୍କର କୌଳିକ ପର୍ବର ମାନ୍ୟତା ପାଇଛି l ଗୋପାଳ ସମାଜର ଏହି ପାରମ୍ପରିକ ଲଉଡି ଖେଳ କ୍ରମେ ଆଧୁନିକତାର ସ୍ପର୍ଶରେ ଲୋପପାଇଯିବାକୁ ବସିଥିଲେ ହେଁ ଦୋଳ ପୂର୍ଣ୍ଣିମା ଅବସରରେ ଏହି ନିଆରା ବାଡିଖେଳକୁ ଦେଖିବାର ଅପୂର୍ବ ସୁଯୋଗ ମିଳିଥାଏ l
ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଗୋପାଳ ଓଗାଳ ଗୋପାଳ ବଂଶ :-
" ପ୍ରଶ୍ନ - ଶୁଣ ହେ ସୁଜନେ ହଟ ବିବେକ ।
ପଚାରୁଅଛି ମୁଁ କଥା ପଦେକ ।
କାହାକୁ ସୁମରି ଘରୁ ବାହାର
କାହାକୁ ସୁମରି କାନ୍ଧରେ ଭାର ।
କାହାକୁ ସୁମରି ଚାଲୁଛ ପଥ
କାହାକୁ ସୁମରି ବୁଡ଼ାଅ କୁମ୍ଭ ।
କାହାକୁ ସୁମରି ଦେଉଛ ପୂଜା
ତୁମ ଗୋପପୁରେ କିଏ ସେ ରାଜା ।
ମାଆ ପୁଅ ହେଲେ ଘୁଞ୍ଚି ରହିବ
ବାପ ପୁଅ ହେଲେ ଏହା କହିବ ।
ଏକଥା ବହିବ ସୁଜ୍ଞାନୀ ହେଲେ
ଅଚ୍ୟୁତାନନ୍ଦ ଏ ରସେ କହିଲେ ।
ଉତ୍ତର - ଶୁଣ ଶୁଣ ଆହେ ସୁଜନ ଜନ
ପଚାରିଲ ଯେଉଁ କଥା ବିଧାନ ।
ଶ୍ରୀ ଗୁରୁ ସୁମରି ଘରୁ ବାହାର
ଶ୍ରୀକୃଷ୍ଣ ସୁମରି କାନ୍ଧରେ ଭାର ।
ବସୁମାତା ସୁମରି ଚାଲୁଛି ପଥ
ଗଙ୍ଗା ସୁମରି ଯେ ବୁଡ଼ାଉ କୁମ୍ଭ ।
ହରିକି ସୁମରି ଦେଉଛୁ ପୂଜା
ଗୋପପୁରେ ଯେ ନନ୍ଦ ରାଜା ।
ଶ୍ରୀଗୁରୁ ଚରଣେ ନିରତେ ଆଶ
ଗୀତରେ ଭଣିଲେ ଅଚ୍ୟୁତ ଦାସ ।। "🙏❤️