Shree Jaganath Temple Association

Shree Jaganath Temple Association This is the page for Nabakalebar Rath Yatra Festival of Shree Jaganath Temple

⚫❗⚫🍁 -: ll *ଦୋଳ ପୂର୍ଣ୍ଣିମା* ll :- 🍁" ଦୋଳେ ଶ୍ଚ  ଦୋଳ ଗୋବିନ୍ଦଂ ଚାପେ ଶ୍ଚ ମଧୂସୁଦନମ୍ ରଥେତୁ ବାମନଂ ଦୃଷ୍ଟ୍ଵାପୂର୍ନଜନ୍ମ ନ  ବିଦ୍ୟତେ ...
03/03/2026

⚫❗⚫
🍁 -: ll *ଦୋଳ ପୂର୍ଣ୍ଣିମା* ll :- 🍁

" ଦୋଳେ ଶ୍ଚ ଦୋଳ ଗୋବିନ୍ଦଂ
ଚାପେ ଶ୍ଚ ମଧୂସୁଦନମ୍
ରଥେତୁ ବାମନଂ ଦୃଷ୍ଟ୍ଵା
ପୂର୍ନଜନ୍ମ ନ ବିଦ୍ୟତେ "

ଫଗୁଣରେ ଫଗୁ ଉତ୍ସବ l ଦୋଳି ଖେଳୁଛନ୍ତି ଦୋଳ ଗୋବିନ୍ଦ l ଦୋଳ ସହିତ ବିଭିନ୍ନ ପୁରାଣର କାହାଣୀ ସଂଯୁକ୍ତ ହୋଇରହିଛି ଗୋଟିଏ ପଟେ ରାଧା-କୃଷ୍ଣ ପ୍ରେମ ଗାଥାର ଭବ୍ୟ ଉତ୍ତାଳ ଉତ୍ତରଣ ଓ ଅନ୍ୟ ପକ୍ଷରେ ଅନ୍ୟାନ୍ୟ ପୌରାଣିକ ଆଖ୍ୟାନର ଗୁନ୍ଥନ l ରଙ୍ଗର ରଙ୍ଗୀନ ଖେଳ ଓ ହୋଲିକା ଦହନର ଅଗ୍ନି ଔଜ୍ଜଲ୍ୟ ଏ ଉଭୟ ଦୁଷ୍ଟ ଶକ୍ତି ଉପରେ ଶୁଭଙ୍କର ପ୍ରତୀକର ବିଜୟକୁ ଏହି ପର୍ବ ସହିତ ସମ୍ମିଳିତ କରି ରଖିଛି l ଶ୍ରୀରାଧା - ଶ୍ରୀକୃଷ୍ଣଙ୍କ ପ୍ରେମପ୍ରଣୟର ଲୀଳା l ଦୋଳ ଓ ରଙ୍ଗର ଖେଳ ବ୍ୟତୀତ ଅନ୍ୟଯେଉଁ ସବୁ ଆଖ୍ୟାନ ଉପାଖ୍ୟାନ ଏହି ଦୋଳ-ହୋଲି ଯୁଗ୍ମପର୍ବ ଦିବସ ସହିତ ସଂପୃକ୍ତ l ପୁଣି କେତେକଙ୍କ ମତରେ ପ୍ରବଳ ପରାକ୍ରମୀ ରାକ୍ଷସ ମେର୍ଦ୍ଧାସୁରର ମୃତ୍ୟୁର ଭଗବାନ କାରଣ ହୋଇ ପୃଥିବୀରୁ ପାପର ମାତ୍ରା ହ୍ରାସ କରିଥିବା ଯୋଗୁଁ ଏହିପର୍ବ ଆୟୋଜିତ ହୋଇଥିଲା l

ପ୍ରହଲ୍ଲାଦ ର ପୁତ୍ର ବୌରୋଚନ ତା ପୁତ୍ର ବଳି l ବଳି ଏହିଦିନ ପାତାଳ ଗାମିନି ହେଲା ୩ ପାଦ ଭୂମି ଦେଇ ସେଥିପାଇଁ ଘରେ ଘରେ ପୁରେ ପୁରେ ଲୋକମାନେ ଅଭିର ଦେଇ ପୂଜା କରନ୍ତି l ଅର୍ଥାତ ବଳି ପାତାଳ କୁ ଗଲା l ଅସୁର ସଂସ୍କୃତି ନଷ୍ଟ ହେଲା l ହୋଲିକା ରାକ୍ଷାସୀ ର ପୁଅ ନା ହେଲା ମେଷ l ମେଷ ର ଉପଦ୍ରବ କୁ ନାଶ କରିବା ପାଇଁ ଭଗବାନ ତା ଦେହ ସାରା ଅଭିର ବୋଳି ଦେଇଥିଲେ l ଶରିର ରେ ଫଗୁର ଲେପନ କଲେ ଶରିର ଭିତରେ ଥିବା ବସନ୍ତ , ମିଳିମିଳା , ହାଡଫୁଟି ସବୁ ରୋଗ ନାଶ ପାଏ ଆଉ ସେ ରୋଗ ହୁଏ ନାହିଁ l

ଏହି ଦୋଳ ପୂର୍ଣ୍ଣିମାରେ ଜଗନ୍ନାଥ ଙ୍କ ପ୍ରସିଦ୍ଦ ଯାତ୍ରା ଚାଚେରୀ ଯାତ୍ରା ହୁଏ l ପଞ୍ଚୁ ପାଣ୍ଡବ ଜଗନ୍ନାଥଙ୍କ ସହିତ ଦୋଳ ଉତ୍ସବ ରେ ଯାଆନ୍ତି ଜଗନ୍ନାଥ ବଲ୍ଲଭ ମଠ l ସେଠାରେ ଯାଇ ତାଙ୍କର ପନ୍ଥି ଭୋଜନ ଗ୍ରହଣ କରନ୍ତି l ଯେଉଁ ଦିନ ପୂର୍ଣ୍ଣିମା ହେବ ପ୍ରଭୁ ସେ ଦିନ ଦୋଳ ବେଦୀ ରେ ବସିବେ l ୫୬ ଘେରା ପରିକ୍ରମା କରିବେ l

" ୫୬ କୋଟି ଜୀବ ଜନ୍ତୁ ଜହ୍ନି କରିଛ ଜାତ
ତୁମ୍ଭର ଭକ୍ତ ର ଭକ୍ତ ମୁହିଁ ଭଣେ ଦିନ ଅଚୁତ "

୫୬ କୋଟି ଜିବ ମୁକ୍ତି ଲାଭ କରିବା ପାଇଁ ୫୬ ପ୍ରକାର ପରିକ୍ରମା କରି କାଳିଆ କଳାଠାକୁର କୋଟି କୈବଲ୍ଯ ନାଥ ଜଗନ୍ନାଥ ମହାପ୍ରଭୁ l ଆନନ୍ଦରେ ୫୬ ପ୍ରକାର ଘେରା ବୁଲନ୍ତି ବୁଲିଲା ବେଳେ ପାର୍ଥନା କରିବେ ଦୁରରୁ -

" ଜାନି କାନି ଜପାପାନୀ ଜନ୍ମ ଜନ୍ମାନ୍ତରାଣି ଚ
ତାନୀ ସର୍ବାଣୀ ନଶ୍ୟନ୍ତି ପ୍ରଦ୍ୟକ୍ଷଣ ପଦତ ପଦେ "

ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ l ଚାଚେରୀ ଶବ୍ଦଟି ସଂସ୍କୃତ ଚାର୍ଚ୍ଚରୀରୁ ଆସିଛି l ଏହି ସଂସ୍କୃତ ଶବ୍ଦର ଅର୍ଥ ସୌଭାଗ୍ୟ ବୋଲି କୁହାଯାଏ l ସାରା ଓଡ଼ିଶାରେ ବିଷ୍ଣୁ, କୃଷ୍ଣ ମନ୍ଦିରରେ ଏହି ଚାଚେରୀ ପାଳନ କରାଯାଏ l ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦl ଲକ୍ଷ୍ମୀ ଓ ସରସ୍ୱତୀ ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି l ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ l ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି l ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି l ପୂଜାଅର୍ଚ୍ଚନା ଓ ଭୋଗରାଗ ପରେ ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ି ଆସନ୍ତି l ଚତୁର୍ଦ୍ଧାମୂର୍ତ୍ତିଙ୍କର ସୁନାବେଶ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥାଏ l ଏହାକୁ ରାଜରାଜେଶ୍ୱର ବେଶ କୁହାଯାଏ l

ଇତିହାସ :-
୧୨୩୦ ଖ୍ରୀଷ୍ଟାବ୍ଦରେ ଅନଙ୍ଗଭୀମ ଦେବ ଶ୍ରୀମନ୍ଦିର ନିର୍ମାଣ ସମ୍ପନ୍ନ କରି ନବ ନିର୍ମିତ ରତ୍ନସିଂହାସନ ରେ ଶ୍ରୀଜୀଉମାନଙ୍କୁ ପ୍ରତିଷ୍ଠା କରାଇଥିଲେ। ଦୋଳ ଉତ୍ସବ ନିମନ୍ତେ ଗୋଟିଏ ସ୍ୱତନ୍ତ୍ର ମଣ୍ଡପ ଶ୍ରୀମନ୍ଦିରର ଅଳ୍ପ ଦୂରରେ ନିର୍ମାଣ କରାଇଥିଲେ । ସେହି ସମୟରୁ ଏହି ଉତ୍ସବ ଉକ୍ତ ମଣ୍ଡପ ରେ ହେଉଥିଲା। ସେହି ମଣ୍ଡପଟିର ପ୍ରାଚୀନ ସ୍ମୃତି ବହନ କରି ଆଜି ଉକ୍ତ ସାହିର ନାମ ଦୋଳ ମଣ୍ଡପ ସାହି ରୂପେ ପ୍ରସିଦ୍ଧି ଲାଭ କରିଛି।

ମାଦଳା ପାଞ୍ଜି ରୁ ଜଣାଯାଏ ଯେ, ପୂର୍ବେ ଶ୍ରୀ ବିଗ୍ରହମାନଙ୍କୁ ଦୋଳବେଦୀକୁ ବିଜେ କରି ଦୋଳ ଉତ୍ସବ ଅନୁଷ୍ଠିତ ହେଉଥିଲା। ୧୪୮୨ ଶକାବ୍ଦରେ ଗଉଡ଼ିଆ ଗୋବିନ୍ଦ ଦେବଙ୍କ ଶାସନ କାଳରେ ଜଗନ୍ନାଥ ମହାପ୍ରଭୁ ଦୋଳବେଦୀ କୁ ଜାଉଥିଲେ ବିଶାଳ ବିଗ୍ରହ ରଶାଳ ବିଗ୍ରହ , ବିସ୍ତୃତ ବାହୁ ଜୁଗୋଳ କୋଟି କୈବଲ୍ୟେ ନାଥ ଜଗନ୍ନାଥ ମହାପ୍ରଭୁ ନବାରେ ଯେତିକି ଲୋକ ଆଣିବରେ ସେତିକି ଲୋକ l ଲହୁ ଲୁହାଣ ହେଇଯିବେ ଅଣ ନିଶ୍ଵାଶି ହେଇଯିବେ l ବଳିଷ୍ଟ ବଳବନ୍ତ ବପୁବନ୍ତ ସେବକ ମାନେ ପ୍ରଭୁଙ୍କୁ ବୋହିକି ନିଅନ୍ତି l

କୌଣସି କାରଣ ବସତ ଠାକୁରମାନେ ଦୋଳି ଖେଳିବା ବେଳେ ହଠାତ ଦୋଳିର ଗୋଟିଏ ପଟ ଛିଣ୍ଡି ପଡ଼ିବା ଫଳରେ ଜଗନ୍ନାଥଙ୍କ ବିଗ୍ରହର ଗୋଟିଏ ପଟ ହାତରେ ସାମାନ୍ୟ ଆଘାତ ଲାଗିଥିଲା l ପୁଣି ଫଗୁଖେଳ ଯୋଗୁଁ ବିଗ୍ରହଗୁଡିକର ସୌନ୍ଦର୍ଯ୍ୟ ନଷ୍ଟ ହେବାର ସମ୍ଭାବନା ଥିବା ଯୋଗୁଁ ସେଇ ଦୁର୍ଘଟଣା ପରଠାରୁ ଚକାଡୋଳା ଜଗତର ନାଥଙ୍କର ପ୍ରତିନିଧି ସ୍ୱରୂପ ପିତଳରେ ତିଆରି ମଦନମୋହନଙ୍କ ବିଗ୍ରହକୁ ଦୋଳମଣ୍ଡପକୁ ନେବା ବିଧି ପ୍ରଚଳନ କରାଯାଇଛି l ସେହି ପରଠାରୁ ମଣ୍ଡପର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇ ମନ୍ଦିର ବେଢାକୁ ଲାଗି ଉତ୍ତରପୂର୍ବ କୋଣରେ ଦୋଳମଣ୍ଡପ ନିର୍ମାଣ କରାଯାଇଛି l ବିରାଟ ଦୋଳ ବେଦୀ କରି ସେଇଠି ଦୋଳ ଉତ୍ସବ ପାଳନ ହେଲା l

ଚାଚେରୀ ଭୋଗ ଲାଗିଲା l କଶି ଆମ୍ବ , ଚଣା ଭୋଗ ପ୍ରଭୁଙ୍କୁ ଦିଆଜାଉଥିଲା l ଏହା ହିଁ ଦୋଳ ର ସୋତନ୍ତ୍ରତା l ଆଳୁ ଆମେ ଖାଉଛେ ଯେହେତୁ ବିଲାତି ଆଳୁ ବିଲାତ ଶବ୍ଦ ଲାଗିଛି ପ୍ରଭୁ ଖାଇବେନି l ଆମେ ବାଇଗଣ ଖାଉଛେ ପ୍ରଭୁ ଖାଇବେନି l ଏମିତି କିଛି ପରିବା ଅଛି ତାହା ପ୍ରଭୁ ଖାଇବେନି ଅତଏବ ଜଗନ୍ନାଥ ମହାପ୍ରଭୁ ସେ ପରମ୍ପରା କୁ ଧରି ଥିବା ଯୋଗୁ ସେତେବେଳେ ଯେଉଁ ଭୋଗ ଲାଗେ ଖଇ , ସାକର , ପେଡା ଭୋଗ ଲାଗେ l ଭୋଗ ଲାଗି ପରେ ପ୍ରଭୁ ୫୬ ଘେରା ବୁଲନ୍ତି ପୁରା ଅଭିରରେ ବୁଡି ଥିବେ ଭଗବାନ l

କାଳକ୍ରମେ ଆରମ୍ଭ ହେଲା ବିଗ୍ରହ ଙ୍କୁ ବୁଲେଇ କି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଯେଉଁ ଦୋଳମଣ୍ଡପ ସାହି ଅଛି ଅନେକ କୁହନ୍ତି ସେଠି ଦୋଳ ମଣ୍ଡପ ଥିଲା ତାକୁ ନେଇକି ଆସିଲେ ଉତ୍ତର ପୂର୍ବ ଦିଗକୁ l ଲକ୍ଷ୍ମୀ ସରସ୍ଵତୀ ମଦନ ମୋହନ ଦୋଳଗିବିନ୍ଦ ଯାଆନ୍ତି ଏହି ଦୋଳ ବିମାନ ରେ l

ଜଗନ୍ନାଥ ଙ୍କ ୧୨ ଜାତ୍ରା ହେଲା ପ୍ରସିଦ୍ଧ ଜାତ୍ରା ତା ଶ୍ରେଷ୍ଟ ଜାତ୍ରା ହେଲା ୩ ଟି ଜାତ୍ରା ସେଗୁଡିକ ହେଲା ଦୋଳ , ସ୍ନାନ ,ଶ୍ରୀ ଗୁଣ୍ଡିଚା l

ଲଉଡ଼ି ଖେଳର ବିଧି :-

ଦୋଳଯାତ୍ରାର ମୁଖ୍ୟ ଆକର୍ଷଣ କାଠି ଲଉଡି ଖେଳ l ଦ୍ୱାପର ଯୁଗରେ ଗୋପପୁରରେ ଶ୍ରୀକୃଷ୍ଣ୍ନ ଓ ବଳରାମ ଅନ୍ୟ ଗୋପାଳ ସାଥୀମାନଙ୍କ ସହ ଗାଈ ଚରାଇବା ବେଳେ ଦୁଇ ହାତରେ ବାଡ଼ି ଧରି ବୀରତା ପ୍ରଦର୍ଶନ ପୂର୍ବକ ବାଡ଼ି ଖେଳି ମନୋରଂଜନ କରୁଥିଲେ l ଗୋଟିଏ ଦଳ ବାଡ଼ିଧରି ଆକ୍ରମଣ କରୁଥିବାବେଳେ ଅନ୍ୟଦଳ ବିଭିନ୍ନ କୌଶଳ ପ୍ରଦର୍ଶନ କରି ବାଡି ସାହାଯ୍ୟରେ ଆକ୍ରମଣକୁ ପ୍ରତିହତ କରୁଥିଲେ l

ଦୋଳ ପୂର୍ଣ୍ଣିମା ସନ୍ଧ୍ୟାରେ ଗୋପାଳମାନେ ଏକାପରି ରଙ୍ଗର ବେଶରେ ସଜ୍ଜିତ ହୋଇ ଅଣ୍ଟାରେ କାଚ୍ଛଟା, ଘାଗୁଡି, ବଂଶୀ ବାନ୍ଧନ୍ତି l ମଥାରେ ଠେକା ବାନ୍ଧି ଜାମୁଡାଳ ଓ ଗଳାରେ ଫୁଲହାର ପିନ୍ଧନ୍ତି l ଦୁଇ ହାତରେ ଥାଏ ଦୁଇ ଲଉଡ଼ି l ଲଉଡ଼ି ଭେରୁ ବା କେନ୍ଦୁ କାଠରେ ପ୍ରସ୍ତୁତ ହୋଇଥାଏ l ଏହାର ମାପଥାଏ ଏକହାତ ଚାଖଣ୍ଡେ l ଏହି ବାଡ଼ି ଖେଳ ଏକ ଦଳଗତ ନୃତ୍ୟ ଯେଉଁଠି ୧୨ରୁ ୨୪ ଜଣ ଗୋପାଳ ଅଂଶଗ୍ରହଣ କରିଥାନ୍ତିl ଜଣେ ଜଣେ ଦଳପତିଙ୍କ ଅଧିନାୟକତ୍ୱରେ ଗୋପାଳମାନେ ଗୋଷ୍ଠୀଗତ ଭାବେ ବିଭକ୍ତ ହୋଇ ଲଉଡ଼ି ବାଡ଼ିର ତାଳେ ତାଳେ ନାଚି ଉଠନ୍ତି l ମଇଁଷିର ଶିଙ୍ଘ ବାଦ୍ୟର ତାଳେ ତାଳେ ବିଭିନ୍ନ ଶୈଳୀରେ ନୃତ୍ୟ ପରିବେଷଣ କରିଥାନ୍ତି l ଏହି ଖେଳ ସାଙ୍ଗରେ ଯେଉଁ ଗୀତ ବୋଲିଥାନ୍ତି ତାକୁ ଓଗାଳ କୁହାଯାଏ l ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ରଚିତ ‘ଗୋପାଳ ଓଗାଳ’ ଗାନ ସାଙ୍ଗକୁ ବାଦ୍ୟର ତାଳେ ତାଳେ ଗୋପାଳମାନେ ପ୍ରତ୍ୟେକ ନିଜର ଡାହାଣ ଓ ବାମ ପାଖରେ ଥିବା ସହଯୋଗୀମାନଙ୍କ ବାଡି ସହିତ ନିଜ ବାଡିକୁ ପିଟି ଶବ୍ଦ ସୃଷ୍ଟି କରିଥାନ୍ତି l ଏହି ନୃତ୍ୟରେ ଜୟ-ପରାଜୟ, ଥଟ୍ଟାପରିହାସ, ଦେବଦେବୀ ବନ୍ଦନା ଆଦି ମନୋରଂଜନର ଉପାଦାନ ପରିପୁଷ୍ଟ ହୋଇଥାଏ l ରାଧାକୃଷ୍ଣଙ୍କୁ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗ ଅର୍ପଣ ପରେ ମଦନ ମୋହନ ବେଶରେ ସୁସଜ୍ଜିତ କରି କାଗଜ, ସୋଲ, ପଳାସ ଫୁଲ ଓ ପାଟକନାରେ ସଜ୍ଜିତ ବିମାନ ହୁକୁମ୍ ଧାବଲ୍ ସ୍ୱରରେ ଢଳି ଢଳି ଗ୍ରାମ ପରିକ୍ରମା କରିଥାଏ l ବିମାନ ସାଙ୍ଗରେ ଅଢେଣୀ. ତରାସ, ଚାମର, ଧ୍ୱଜା, ସଂକୀର୍ତ୍ତନ ସହକାରେ ଗୋପାଳମାନେ ତାଙ୍କ ପ୍ରିୟ ଠାକୁରଙ୍କୁ ସାଙ୍ଗରେ ନେଇ ଚାଲିଥାନ୍ତି l ଶ୍ରୀକୃଷ୍ଣଙ୍କୁ ଗୋପାଳ କୁହାଯାଏ l ତେଣୁ ଏହି ଦୋଳକୁ ଗୋପାଳମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୋହିନିଅନ୍ତି l ଭଗବାନ ଶ୍ରୀକୃଷ୍ଣ ବସନ୍ତ ଉତ୍ସବର ଆରାଧ୍ୟ ଦେବତା ନୂତନ ଶିକା, ନୂତନ ବାହୁଙ୍ଗି ଓ କଳସୀ ଭାରରେ ଗୋପାଳମାନେ ପାଣି ବହନ କରି ଗୋଠ କରିକ୍ରମା କରିଥାନ୍ତି l କୃଷ୍ଣଙ୍କ ଭଜନ, କୀର୍ତ୍ତନ ଗାନ କରି ଫଗୁ ଖେଳନ୍ତି l ଫଗୁଣର ଫଗୁ ଖେଳରେ ପ୍ରକୃତି ପୁରୁଷ ଏକାକାର ହୋଇଯାନ୍ତି l ରାଧାକୃଷ୍ଣ ପ୍ରତ୍ୟେକ ଗୋପାଳ ପରିବାରକୁ ଯାଇଥାନ୍ତି l ରୋଷ ପଟୁଆର ରାଧାକୃଷ୍ଣ ମନ୍ଦିରରେ ପହଞ୍ଚବା ପରେ ଠାକୁରଙ୍କୁ ବନ୍ଦାପନା କରାଯାଏ l ପ୍ରତ୍ୟେକ ଗୋପାଳ ପରିବାର ଭୋଗ ଥାଳି ସେଠାକୁ ଆଣନ୍ତି l ଲଉଡି ଖେଳାଳି ଓ ବାହୁଙ୍ଗି ବାହକ ଗୋପାଳଙ୍କ ଓଗାଳ ବୋଲି ସାତ ଘେରା ବୁଲନ୍ତି l ଠାକୁରଙ୍କୁ ଦକ୍ଷିଣାଭିମୁଖୀ କରି ଝୁଲଣରେ ଝୁଲାଯାଏ l କାରଣ ଶ୍ରୀକୃଷ୍ଣଙ୍କୁ ଦକ୍ଷିଣାଭିମୁଖେ ଦର୍ଶନ କଲେ ସର୍ବପାପ ହରଣ ହୋଇଥାଏ l ଗୋପାଳମାନେ ନିଜ ନିଜର ବାହୁଙ୍ଗି ଓ କଳସୀ ଭାର ନେଇ ଘରକୁ ଯାଆନ୍ତି l ତୁଳସୀ ପାଖରେ କଳସୀ ଥାକର ଉପର କଳସୀରୁ କ୍ଷୀର ଢଳାଯାଏ l କ୍ଷୀର କଳସୀ ଅତିକ୍ରମ କରି ଭୂମି ସ୍ପର୍ଶ କରେ l କଳସୀକୁ ଗୋପାଳ କୁଳବଧୂମାନେ ଈଶାଣ କୋଣକୁ ନେଇ ବନ୍ଦାପନା କରନ୍ତି l ରାଧାକୃଷ୍ଣଙ୍କୁ ଦୋଳମଣ୍ଡପକୁ ନିଆଯାଏ l ଉପସ୍ଥିତ ସେବାୟତମାନେ ପ୍ରଭୁଙ୍କ ସେବାକାର୍ଯ୍ୟ ସମାପନ କରିବା ପରେ ଦୋଳିରେ ବିଜେ କରାନ୍ତି l ଭକ୍ତମାନେ ଏହି ମଣ୍ଡପରେ ଠାକୁରଙ୍କୁ ଝୁଲାଇ ଝୁଲାଇ ଆନନ୍ଦ ଉପଭୋଗ କରନ୍ତି l ରାତିରେ ଠାକୁର ଝୁଲଣରେ ଥାଆନ୍ତି l ଏହି ଅବସରର ମେଲଣ ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ l ଶତ୍ରୁତା ଓ ବିବାଦ ଭୁଲି ଭ୍ରାତୃତ୍ୱ, ବନ୍ଧୁତ୍ୱ ଓ ସହଯୋଗର ବାର୍ତ୍ତା ବହନ କରି ଗୋପାଳ ଜାତି ଏକତ୍ର ହୋଇ ଏହି ବାସନ୍ତିକ ମହୋତ୍ସବକୁ ପାଳନ କରନ୍ତି l

ଦୋଳପର୍ବ ଶ୍ରୀ ଚୈତନ୍ୟଙ୍କଦ୍ୱାରା ସମଗ୍ର ମାନବ ଜାତିର ଏକ ଗଣପର୍ବରେ ପରିଣତ ହୋଇଥିଲେ ମଧ୍ୟ ଗୋପାଳମାନଙ୍କର କୌଳିକ ପର୍ବର ମାନ୍ୟତା ପାଇଛି l ଗୋପାଳ ସମାଜର ଏହି ପାରମ୍ପରିକ ଲଉଡି ଖେଳ କ୍ରମେ ଆଧୁନିକତାର ସ୍ପର୍ଶରେ ଲୋପପାଇଯିବାକୁ ବସିଥିଲେ ହେଁ ଦୋଳ ପୂର୍ଣ୍ଣିମା ଅବସରରେ ଏହି ନିଆରା ବାଡିଖେଳକୁ ଦେଖିବାର ଅପୂର୍ବ ସୁଯୋଗ ମିଳିଥାଏ l

ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଗୋପାଳ ଓଗାଳ ଗୋପାଳ ବଂଶ :-

" ପ୍ରଶ୍ନ - ଶୁଣ ହେ ସୁଜନେ ହଟ ବିବେକ ।
ପଚାରୁଅଛି ମୁଁ କଥା ପଦେକ ।
କାହାକୁ ସୁମରି ଘରୁ ବାହାର
କାହାକୁ ସୁମରି କାନ୍ଧରେ ଭାର ।
କାହାକୁ ସୁମରି ଚାଲୁଛ ପଥ
କାହାକୁ ସୁମରି ବୁଡ଼ାଅ କୁମ୍ଭ ।
କାହାକୁ ସୁମରି ଦେଉଛ ପୂଜା
ତୁମ ଗୋପପୁରେ କିଏ ସେ ରାଜା ।
ମାଆ ପୁଅ ହେଲେ ଘୁଞ୍ଚି ରହିବ
ବାପ ପୁଅ ହେଲେ ଏହା କହିବ ।
ଏକଥା ବହିବ ସୁଜ୍ଞାନୀ ହେଲେ
ଅଚ୍ୟୁତାନନ୍ଦ ଏ ରସେ କହିଲେ ।

ଉତ୍ତର - ଶୁଣ ଶୁଣ ଆହେ ସୁଜନ ଜନ
ପଚାରିଲ ଯେଉଁ କଥା ବିଧାନ ।
ଶ୍ରୀ ଗୁରୁ ସୁମରି ଘରୁ ବାହାର
ଶ୍ରୀକୃଷ୍ଣ ସୁମରି କାନ୍ଧରେ ଭାର ।
ବସୁମାତା ସୁମରି ଚାଲୁଛି ପଥ
ଗଙ୍ଗା ସୁମରି ଯେ ବୁଡ଼ାଉ କୁମ୍ଭ ।
ହରିକି ସୁମରି ଦେଉଛୁ ପୂଜା
ଗୋପପୁରେ ଯେ ନନ୍ଦ ରାଜା ।
ଶ୍ରୀଗୁରୁ ଚରଣେ ନିରତେ ଆଶ
ଗୀତରେ ଭଣିଲେ ଅଚ୍ୟୁତ ଦାସ ।। "🙏❤️

⚫❗⚫ll *ଅଧରପଣା ll*       ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ...
07/07/2025

⚫❗⚫
ll *ଅଧରପଣା ll*

ସୁନାବେଶ’ ପରେ ଓ ‘ନୀଳାଦ୍ରିବିଜେ’ ପୂର୍ବରୁ ରଥଯାତ୍ରାର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ‘ଅଧରପଣା’ । ଏଥିରେ ରଥରେ ବିଜେ କରିଥିବା ତିନି ମୁଖ୍ୟ ବିଗ୍ରହଙ୍କୁ, ସେମାନଙ୍କର ଅଧର ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ଡେଙ୍ଗା ପଣା ହାଣ୍ଡି ଭୋଗ ଲାଗେ । ପୂର୍ବେ ଶ୍ରୀଜଗନ୍ନାଥଙ୍କ ରଥର ବିଜେ ପ୍ରତିମା ଶ୍ରୀମଦନମୋହନ ଓ ଶ୍ରୀବଳଭଦ୍ରଙ୍କ ରଥର ବିଜେପ୍ରତିମା ରାମ ଓ କୃଷ୍ଣଙ୍କୁ ମଧ୍ୟ ଆଉ ତିନିଟି ଛୋଟ ପଣାହାଣ୍ଡି ଭୋଗ ଲାଗୁଥିଲା । କିନ୍ତୁ ଏବେ ତିନିଟି ଲେଖାଏଁ ମୋଟ ନଅଟି ପଣାହାଣ୍ଡି ଭୋଗ ଲାଗୁଛି । କିନ୍ତୁ ଏହି ପଣାଭୋଗର ବିଶେଷତ୍ୱ ହେଉଛି, ଭୋଗ ପରେ ଏହି ପଣାହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗିଦିଆଯାଏ ।

ll କାହିଁକି ହୁଏ ଏହି ଅଧରହାଣ୍ଡି ଭଙ୍ଗା ? ll :-

ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ, ଏହି ଅଧରପଣାର ବିଧିଟି କ’ଣ ସେ ସଂପର୍କରେ ସଂକ୍ଷିପ୍ତ ଆଲୋଚନା ଆବଶ୍ୟକ । ଏହି ଅଧରପଣା ହେଉଛି ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ଏକ ପଣାଭୋଗ। ଏହି ଭୋଗ ଏବେ ଦ୍ୱାଦଶୀ ତିଥିରେ ହେଉଛି। କିନ୍ତୁ ଇତିହାସର ସୂତ୍ର ସୂଚାଏ ଯେ ପୂର୍ବେ ଏହା ଦଶମୀ ଦିନ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ, ରଥାରୂଢ଼ ଠାକୁରମାନଙ୍କୁ ଏହି ଭୋଗ ଲାଗି କରାଯାଉଥିଲା । ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି, ଠାକୁରମାନଙ୍କର ପଥକ୍ଳାନ୍ତି ଅପନୋଦନ । କାରଣ, ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ ପଣା, ପାଣି ପିଇ ଟିକିଏ ସାଷ୍ଟମ ହୋଇଥାଉ, ଏହା ସେହିପରି ଏକ ବିଧି । କିନ୍ତୁ ‘ଅଧରହାଣ୍ଡି ଭଙ୍ଗା’ ନୀତି ସୂଚାଏ ଯେ ପଛରେ ଆହୁରି ଗଭୀର କଥା ରହିଛି ।‘ଅଧରପଣା’ର ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା । ପରେ ଏହା ଏକାଦଶୀରେ ଓ ଆହୁରି ପରେ ଦ୍ୱାଦଶୀ ଦିନ କରାଗଲା । କାରଣ, ଅନେକ ସମୟରେ ବାହୁଡ଼ାଯାତ୍ରାର ତିନି ରଥ, ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁ ନଥିଲା । ତେଣୁ ଦଶମୀ ପରବର୍ତ୍ତେ ଏକାଦଶୀ ଦିନ ଦୁଇଟି କରି ତିନି ରଥରେ ଛଅ ହାଣ୍ଡି ଅଧରପଣା ଭୋଗ ହେଲା । ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ ତିନି ହାଣ୍ଡି ପଣା ଭୋଗ ହେଉଥିଲା । କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା । କାରଣ, ଏକାଦଶୀ ଦିନ ସୁନାବେଶ ହେଉଥିବାରୁ, ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତ ଆସିଲେ । ତା’ ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ, ଅଧରପଣା ନୀତିପାଇଁ ସମୟାଭାବ ହେଲା । ଫଳରେ ନଅହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା । ରାମ ଓ କୃଷ୍ଣ ଏବଂ ମଦନମୋହନଙ୍କ ତିନି ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହିଦିନ ହେଉଥିଲା।

ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ‘ଅମୃତକୁଣ୍ଡ’ ନାମକ ଗୋଟିଏ ବିଶେଷ ପଣାଭୋଗ ହେଉଥିଲା । କିନ୍ତୁ ତାହା ଏବେ ବିଲୁପ୍ତ ହୋଇଯାଇଛି। ‘ନୀଳାଦ୍ରି ମହୋଦୟ’ରେ ମଧ୍ୟ ପଣାଭୋଗ ପ୍ରସ୍ତୁତି ହେଉଥିଲା ।ପାକକାର (ମହାସୁଆର) ଦୁଇଭାଗ ଜଳ, ଏକଭାଗ ବିମଳ (ଛାଚି ବା ଖଣ୍ଡ ବା ନବାତ)ଏବଂ ଏକଭାଗ ଲେଖାଏଁ ସିତା (ଦୁଗ୍ଧ), ଆମିକ୍ଷା (ଛେନା), ଦୁଗ୍ଧ ସାର (ସର) ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରିବେ । ସେଥିରେ କର୍ପୂର, ଗୋଲମରିଚଗୁଣ୍ଡ ଆଦି ମିଶାଇ ଏହି ‘ଅମୃତକୁଣ୍ଡ’ ମହାପ୍ରଭୁଙ୍କୁ ଅର୍ପଣ କରିବ।

ଯେତେବେଳେ ରଥମାର୍ଗ (ବଡ଼ଦାଣ୍ଡ) ସୁଗମ ନଥିଲା । ‘ବଳଗଣ୍ଡି’ ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ । ସେତେବେଳେ ସେଠାରେ ଏହି ‘ଅମୃତକୁଣ୍ଡ’ ନାମକ ପଣା ଭୋଗ କରାଯାଉଥିଲା । ଏବେ ସେହି ଭୋଗ ବିଲୁପ୍ତ ହୋଇଯାଇଛି । କିନ୍ତୁ ‘ଅଧରପଣା’ ଭୋଗରେ ତାହାର ସ୍ପର୍ଶ ରହିଛି । ଏବେ ଦ୍ୱାଦଶୀ ଦିନ ହିଁ ତିନି ରଥରେ ତିନିଟି ଲେଖାଏଁ ନଅ ହାଣ୍ଡି ଅଧରପଣା ଭୋଗ ହେଉଛି ।

ସୁନାବେଶର ପରଦିନ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ଦିନ, ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ହୋଇଥାଏ । ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନି ରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଉଥିଲେ । ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ, ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଛି । ଅନ୍ୟ ଦୁଇ ମଠର ଅଧରପଣା ସେବା ଅବ୍ୟାହତ ଅଛି

ଏହି ପଣାଭୋଗ ପାଇଁ ନଅଟି ସାମଗ୍ରୀ ଲାଗିଥାଏ । ସେହି ନଅ ସାମଗ୍ରୀ ହେଉଛି- କ୍ଷୀର, ସର, ଛେନା, ଛାଚି (ବା ନବାତ) ପାଚିଲା କଦଳୀ, ଗୋଲମରିଚଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ । ପୂର୍ବେ ଏଥିପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା । କିନ୍ତୁ ଏବେ ସିଂହଦ୍ୱାର ନିକଟ ଛାଉଣୀ ମଠରୁ ଜଳ ଅଣାଯାଉଛି । ପାଣିଆପଟ ସେବକ ଶୁଦ୍ଧପୂତ ଭାବରେ ଏହି ଜଳ ଆଣୁଛନ୍ତି । ପାଳିଆ ମହାସୁଆର ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରୁଛନ୍ତି ।ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା ତିନିଟି ଲେଖାଏଁ ବଡ଼, ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ । ପ୍ରଥମେ ବଡ଼ ପିତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ, ପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ ।

ପଣା ପ୍ରସ୍ତୁତିି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ତଳୁଛ ମହାପାତ୍ର, ଶ୍ରୀ ବଳଭଦ୍ରଙ୍କ ରଥରେ ଭିତରଛ ମହାପାତ୍ର, ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ କନାର ଘେର ଦେଇଥାଆନ୍ତି । ତାହା ପରେ ରଥ ଶୋଧ ହୋଇ ‘ଟେରା’ ବନ୍ଧାଯାଏ ଏବଂ ଭୋଗ ଅର୍ପଣ କରାଯାଏ । ପୂଜାପଣ୍ଡା ସେବକ ଏହି ଭୋଗ କରିଥାଆନ୍ତି । କିନ୍ତୁ ଏହାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି- ଭୋଗ ହେବା ପରେ, ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ । କାହିଁକି ପ୍ରଭୁଙ୍କୁ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ବିତରଣ ନ କରି ଏହି ପଣାହାଣ୍ଡିକୁ ଭାଙ୍ଗି ଦିଆଯାଏ, ସେ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳେ । ଗୋଟିଏ ମତ ଅନୁସାରେ, ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଛି । ଶ୍ରୀକୃଷ୍ଣଙ୍କ ‘ଦହିହାଣ୍ଡି ଭଙ୍ଗା’ ସହିତ ଏହାର ସଂପର୍କ ରହିଛି ।କିନ୍ତୁ ଅନ୍ୟ ମତ ଅନୁସାରେ, ତାନ୍ତ୍ରିକ ଧାରାର ବ୍ରତପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରିଭୋଜନ କରିଥାଆନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନରଖି ହାଣ୍ଡିକୁ ଭାଙ୍ଗି ଦେଇଥାଆନ୍ତି। ତୁମ୍ବ ଆକୃତିର ଅଧରହାଣ୍ଡି ପୋଡ଼ା ମାଟିର । ତା’ ତଳ ବଇଠିରେ କଞ୍ଚା ମାଟି ଦେଇ ହାଣ୍ଡିଗୁଡ଼ିକ ବସାଯାଇଥାଏ । ଭିତରେ ଥାଏ ନଅଟି ସାମଗ୍ରୀରେ ପ୍ରସ୍ତୁତ ପଣା । ତେଣୁ ‘ଶାରଦାତିଳକ’ ଗ୍ରନ୍ଥର ସୂଚନା ଆଧାରରେ କେତେକ ଏହାର ତାନ୍ତ୍ରିକ ଭିତ୍ତି ଅଛି ବୋଲି ଦର୍ଶାଇଥାଆନ୍ତି । ପୁଣି ଏହି ପଣା ପ୍ରସ୍ତୁତିରେ ୪୨ଟି କଦଳୀ ଲାଗୁଥିବାରୁ, ଏହାକୁ ତିନି ରଥର ୪୨ ଚକ ସହିତ ମଧ୍ୟ କେତେକ ଯୋଡ଼ିଥାଆନ୍ତି ।

କିନ୍ତୁ ଭୋଗ ପରେ, ଏହି ଅଧରହାଣ୍ଡି ଭଙ୍ଗାର ଅନ୍ୟ ବିଶେଷତ୍ୱ ରହିଥିବା ଜଣାଯାଏ । ଏ ସଂପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ ତିନି ବିଜେ ପ୍ରତିମାଙ୍କ ସହିତ, ତିନି ରଥଧ୍ୱଜଙ୍କୁ ପ୍ରତିଦିନ ଭୋଗନୈବେଦ୍ୟ ଅର୍ପଣ କରାଯାଇଥାଏ । କିନ୍ତୁ ରଥର ପାଶ୍ୱର୍ ଦେବଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇ ନଥାଏ । ପୁଣି ରଥ ସହିତ ଗୁଣ୍ଡିଚାଯାତ୍ରା ଓ ବାହୁଡ଼ାଯାତ୍ରାରେ ବହୁ ଅଶରୀରୀ ଗମନାଗମନ କରିଥାଆନ୍ତି । ଠାକୁରମାନଙ୍କ ଲାଗି ପ୍ରସାଦ ପାଇ ମୋକ୍ଷଲାଭ କରିବା ନିମନ୍ତେ ସେମାନଙ୍କର ଲାଳସା ରହିଥାଏ । ତେଣୁ ସେମାନଙ୍କର ସନ୍ତୋଷ ବିଧାନ ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗିଦିଆଯାଏ । ସେମାନେ ରଥର ଚାରିପଟୁ ଝରିପଡ଼ୁଥିବା ସେହି ଅମୃତ ପଣା ପାଇ ତୁଷ୍ଟ ହୁଅନ୍ତି ଓ ମୁକ୍ତିଲାଭ କରନ୍ତି । ଏଇଥିପାଇଁ ରଥରେ ଭୋଗ ହେବା ପରେ ଅଧରହାଣ୍ଡିଗୁଡ଼ିକୁ ଭାଙ୍ଗିଦିଆଯାଏ ।🙏❤️

05/07/2025

Jaga is back

Like Share Comment as much as possible and share also in Whats app status 🙏

Today's morning Darshan of the Lords.
29/06/2025

Today's morning Darshan of the Lords.

ରଥାରୁଢ଼ ଦେବୀ ମା ସୁଭଦ୍ରଙ୍କ ମଙ୍ଗଳ ଆଳତି ଦର୍ଶନ।🙏🙏🙏🙏Mangala Alati Darshan of Devi Maa Subhadra sitting atop Darpadalana Chari...
28/06/2025

ରଥାରୁଢ଼ ଦେବୀ ମା ସୁଭଦ୍ରଙ୍କ ମଙ୍ଗଳ ଆଳତି ଦର୍ଶନ।🙏🙏🙏🙏

Mangala Alati Darshan of Devi Maa Subhadra sitting atop Darpadalana Chariot. 🙏🙏🙏🙏

Sabu ready ta ? Aji Jaga asiba 🙏 This happens at Jagannath Dham, Puri!! Just guess how many ghantuas are in action in th...
26/06/2025

Sabu ready ta ? Aji Jaga asiba 🙏

This happens at Jagannath Dham, Puri!!

Just guess how many ghantuas are in action in this pic! (Last year’s pic from Puri)

The resonant sound of the ghanta, a type of bell, is a significant element of the Ratha Jatra at Jagannatha Dham, Puri!!

First glimpse of the Rath for this year Rath Yatra      ⚫❗⚫ll *ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ?* ll    ...
19/06/2025

First glimpse of the Rath for this year Rath Yatra

⚫❗⚫
ll *ଶ୍ରୀବଳଭଦ୍ର ମହାପ୍ରଭୁଙ୍କର ରଥର ନାମ ତାଳଧ୍ଵଜ କାହିଁକି ?* ll

ଶ୍ରୀଜଗନ୍ନାଥଙ୍କ ରଥର ନାମ ଯେପରି ‘ନନ୍ଦିଘୋଷ’, ଶ୍ରୀବଳଭଦ୍ର ଙ୍କ ରଥର ନାମ ସେପରି ‘ତାଳଧ୍ୱଜ’ । ଏ ନାମ ପଛରେ ମଧ୍ୟ ଅନେକ ରହସ୍ୟ ରହିଛି ଶ୍ରୀବଳଭଦ୍ର ବଡ଼ଭାଇ । ବଡ଼ଠାକୁର । ତେଣୁ ତାଙ୍କ ରଥକୁ କେହି କେହି ‘ବଡ଼ବାଡ଼ ରଥ’ ବୋଲି ବି କହନ୍ତି । ତେବେ ତାଙ୍କ ରଥର ଆଉ ଗୋଟିଏ ନାମ ‘ଲାଙ୍ଗଳଧ୍ୱଜ’ । ତାଙ୍କର ଦୁଇ ଆୟୁଧ ହେଉଛି- ‘ହଳ’ ଓ ‘ମୂଷଳ’ ।

ଏଥିରୁ ହଳ ବା ‘ଲଙ୍ଗଳ’ ଅନୁସାରେ ତାଙ୍କ ରଥର ନାମ ‘ଲାଙ୍ଗଳଧ୍ୱଜ’ ହୋଇଛି । କିନ୍ତୁ ତାଙ୍କ ରଥର ନାମ କାହିଁକି ‘ତାଳଧ୍ୱଜ’ ତା ପଛରେ ଅନେକ ରହସ୍ୟ ରହିଛି । ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତରେ ‘ତାଳଧ୍ୱଜ’ର ଉଲ୍ଲେଖ ଅଛି । ଏହା ଅନୁସାରେ, ‘ତାଳଧ୍ୱଜ’ ଥିଲା ଶ୍ରୀକୃଷ୍ଣଙ୍କ ବଡ଼ଭାଇ ବଳରାମଙ୍କ ରଥ । ସେ ଦୃଷ୍ଟିରୁ ପୁରୀ ରଥଯାତ୍ରାରେ ବଳଭଦ୍ରଙ୍କ ରଥର ନାମ ‘ତାଳଧ୍ୱଜ’ ହୋଇଛି । ଭାଗବତକାର ଜଗନ୍ନାଥ ଦାସ ଲେଖିଛନ୍ତି-

ଏବେ ହେ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ।।
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ।।

ତେବେ, ଏହାର ନାମ କାହିଁକି ତାଳଧ୍ୱଜ, ତା’ ପଛରେ ଗୋଟିଏ ଉପାଖ୍ୟାନ ଅଛି । ସେହି ଉପାଖ୍ୟାନ ଅନୁସାରେ, ବଳରାମଙ୍କର ପ୍ରିୟ ପାନୀୟ ହେଉଛି ‘କାଦମ୍ବରୀ’ । ଏହା ‘ତାଳ’ ଜାତୀୟ ଏକ ବୃକ୍ଷର ପୁଷ୍ପକେଶର ପାଖରୁ ଝରୁଥିବା ରସ । ଏହି କାଦମ୍ବରୀ ପାଇଁ ବଳରାମ ‘ତାଳକେତୁ’ ନାମକ ଏକ ରାକ୍ଷସକୁ ବଧ କରିଥିଲେ । ସେହି ରାକ୍ଷସ ତାହାର ଶେଷଇଚ୍ଛା ରୂପେ ତାଙ୍କ ରଥର ଧ୍ୱଜରେ ଅବସ୍ଥାନ କରିବାପାଇଁ ଅନୁରୋଧ କରିଥିଲା । ବଳରାମ ତାହାର ଇଚ୍ଛା ପୂରଣ କରିଥିଲେ । ତେଣୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ହେଲା । କିନ୍ତୁ ‘ସ୍କନ୍ଦପୁରାଣ’ରେ ଏ ସଂପର୍କରେ ଏକ ତାତ୍ତ୍ୱିକ ପ୍ରସଙ୍ଗ ଅଛି । ସେଥିରେ ‘ତାଳଧ୍ୱଜ’ର ‘ତାଳ’କୁ ‘ଆଦର୍ଶ’ ବା ଦର୍ପଣ ସହ ଯୋଡ଼ା ଯାଇଛି । ତାହା ଅନୁସାରେ- ବଳଭଦ୍ର ସୁନିର୍ମଳ ଜ୍ଞାନ ରୂପକ ଦର୍ପଣଦ୍ୱାରା ଏ ସଂସାରର ସମସ୍ତ ଜୀବ ଓ ଜଡ଼ଙ୍କୁ ଦର୍ଶନ କରନ୍ତି । ତାଙ୍କ କରତଳ ବା ହାତ ପାପୁଲିରେ ଏହି ନିର୍ମଳ ଦର୍ପଣ ରହିଥାଏ । ଏଥରୁ ତାଙ୍କ ରଥର ନାମ ‘ତାଳଧ୍ୱଜ’ ।

ତାଳଧ୍ବଜ ରଥ
ଅନ୍ୟ ନାମ : ହଳଧ୍ୱଜ / ଲଙ୍ଗଳଧ୍ୱଜ
ରଥ ପ୍ରଦାନ କର୍ତ୍ତା : ତାଳ ବନରେ ଦେବତା ଙ୍କ ଦ୍ଵାରା ପ୍ରଦତ୍ତ
ରଥ ନିର୍ମାଣ : ମୟ
ବ୍ୟବହୃତ କାଠ ସଂଖ୍ୟା : ୭୩୧ - ୬୩୧
ଉଚ୍ଚତା : ୩୯ ଫୁଟ ୪ଇଞ୍ଚ ( ୩୨ ହାତ ୧୦ ଆଙ୍ଗୁଳି )
ଚକ ସଂଖ୍ୟା : ୧୪ (୧୪ ଭୁବନ ଅନୁପାତ)
ଚକ ଅର : ୧୪
ଚକ ବ୍ୟାସ : ୬.୫ ଫୁଟ
ଆବରଣ : ନୀଳଲୋହିତ
ଅଧୀଶ୍ଵର : ବଡ଼ଠାକୁର ବଳଭଦ୍ର , ରାମ ଓ କୃଷ୍ଣ
ଭଦ୍ର ପୀଠ ର ଆକାର : ଅଷ୍ଟାଦଳ ପଦ୍ମକୃତି
ଆୟୁଧ : ହଳ ଓ ମୁଷଳ
ସାରଥୀ : ମାତଳୀ
ରଥ ରକ୍ଷକ : ବାସୁଦେବ ଓ ଭାସ୍କର
ରଥ ଦେବତା : ଶେଷ ଶାୟୀ
ରଥ ଦେବୀ : କେତୁ ଭଦ୍ରା
ରଥ ଶକ୍ତି : ଜୟ ଦୁର୍ଗା ଓ ଶୂଳୀ ଦୁର୍ଗା
ରଥ ଭୈରବ : କ୍ଷେତ୍ରପାଳ
ରଥ ଶିରରେ : ଅନନ୍ତ ନାଗ
ରଥ ପାଳକ : ଆଦିଶେଷ
ରଥ ଯକ୍ଷ : ପ୍ରଚଣ୍ଡ
ଦଉଡ଼ି ନାମ : ବସୁକୀ
୪ ଅଶ୍ୱ : ଶଙ୍ଖ , ସୁଚିତ୍ର , ଅଙ୍ଗଦ , ମେଘନାଦ
ଗନ୍ଧର୍ବ : ହୁ-ହୁ
ନେତର ନାମ : ଉନ୍ମନି
ଦ୍ୱାରପାଳ : ନନ୍ଦ ଓ ସୁନନ୍ଦ
ରଥ ପ୍ରତିହାର : ସୁଶୀଳ ଓ ଅତିଶୀଳ
ଋଷି ପଟାରେ ଋଷି : ଅଙ୍ଗିରା , ପୌଲସ୍ତ୍ୟ , ପୁଲହ , ଅଗସ୍ତି , ଆତ୍ରେୟ , କାଶ୍ୟପ , ମୁଦ୍ଗଲ
ଦଧିନଉତି : ଭୁବନ କୋଷ
ରଥର କୁମ୍ଭ : ଭୁବନ , ପୃଥିବୀ , ବିଶ୍ୱ , ଚକ୍ରାୟୁଧ ହ୍ରୁଁ ବୀଜ
ମୂର୍ଦ୍ଧାରେ : କେତୁ ଭଦ୍ରା
ଚର ଦେବତା : ବ୍ରହ୍ମା ଓ ଶିବ
ଚାରଣ : ମହା ସିଦ୍ଧ ଓ ଉଲେମୀ
ଗର୍ଭଧୀଶ୍ଵର ଅଷ୍ଟ ଶକ୍ତି: ତୁଙ୍ଗୀ , ତୁଙ୍ଗ ଭଦ୍ରା , ପ୍ରଭା , ସୁପ୍ରଭା , ଧାତ୍ରୀ , ବିଧାତ୍ରୀ , ନନ୍ଦା , ସୁନନ୍ଦା
ଧ୍ବଜାରେ ବିରାଜିତ ସଂକେତ : ଅଷ୍ଟଦଳ ପଦ୍ମ , ତାଳ / ଦର୍ପଣ
ରଥ ର ଶୂନ୍ୟ ଚକ୍ର ନାମ : କାଳ ସଂହାର / ପିନାକ
ଦଧିନଉତି ଉପ ରିସ୍ଥ କଳସତ୍ରୟ : ଚନ୍ଦ୍ର , ସୂର୍ଯ୍ୟ , ବିଦ୍ୟୁତ
ରଥ ରତ୍ନ : ମାର୍କତ
ବ୍ରହ୍ମ ସଦନର ଉଭୟ ପାର୍ଶ୍ୱସ୍ଥ ଉପାସକ : ଶିବ ଓ ନାରଦ
ଓଲଟ ଶୁଆ : ଶ୍ରଦ୍ଧା ଓ ବିଶ୍ୱାସ
ରଥ ପୀଠ : ମେରୁ କୈଳାଶ
ପୀଠର କ୍ଷେତ୍ର ଫଳ : ୩୪ ବର୍ଗ ଫୁଟ
ଚନ୍ଦ୍ର ତାପ : କନକ ମେଖଳା
ରଥାଧିପ : ବୃହତ ନାସ
ରଥା ସୀନ ଅପସରା : ସମ୍ମୁଖ - ଜୟା ଓ ବିଜୟା
ପୃଷ୍ଠ ଭାଗ - ଚଣ୍ଡା ଓ ଚଣ୍ଡ ରୂପା
ବାମ ଭାଗ - ନନ୍ଦା ଓ ଅନନ୍ଦା
ଦକ୍ଷିଣ ଭାଗ - ସନନ୍ଦା ଓ ତିଲୋତ୍ତମା
ସମ୍ମୁଖ ଦ୍ୱାରର ଚିତ୍ର : ପଞ୍ଚ ପତ୍ର ବିଶିଷ୍ଟ ତାଳ ପତ୍ର
ପାର୍ଶ୍ୱ ଦେବା/ଦେବୀଗଣ : କାର୍ତ୍ତୀକେୟ, ସର୍ବମଙ୍ଗଳା, ମୃତ୍ୟୁଞ୍ଜୟ, ପ୍ରଳମ୍ବରୀ, ହଳଯୁଦ୍ଧା, ନଟମ୍ବର, ମୁକ୍ତେଶ୍ୱର ଓ ଶେଷଦେବ ଇତ୍ୟାଦି

ଶିଳ୍ପଶାସ୍ତ୍ର ଅନୁଯାୟୀ ଗଠିତ ଏହି ରଥ ଦର୍ଶନ ରେ ସର୍ବ ବିଘ୍ନ ବିନାଶ ହୋଇଥାଏ l🙏❤️

⚫❗⚫ -: ll *ଅଣସର ପଣା ll* :-    ‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୂଚନା ଅଛି l  ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମ...
18/06/2025

⚫❗⚫
-: ll *ଅଣସର ପଣା ll* :-

‘ନୀଳାଦ୍ରି ମହୋଦୟ’ର ପଞ୍ଚଦଶ ଅଧ୍ୟାୟରେ ଏ ସଂପର୍କରେ ସୂଚନା ଅଛି l ସେଥିରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମାଙ୍କୁ ପଚାରିଛନ୍ତି- ହେ ବ୍ରହ୍ମନ୍! ଅଣସର ଘରେ ଦାରୁରୂପୀ ଚାରିଠାକୁରଙ୍କର ଏହି ବିଧି କିପରି ହୁଏ, ମୋ ପ୍ରତି ଅନୁଗ୍ରହ ଥିଲେ ଅତିଶୀଘ୍ର କହନ୍ତୁ ! ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ଏହି ଆଗ୍ରହ ଓ ଅନୁରୋଧର ଉତ୍ତରରେ ବ୍ରହ୍ମା କହିଛନ୍ତି- ହେ ରାଜା ! ତୁମ୍ଭେ ନୀଳାଦ୍ରିସିଂହ (ଶ୍ରୀଜଗନ୍ନାଥ)ଙ୍କର ପରମ ଭକ୍ତ ଅଟ l ଏଣୁ ତୁମ୍ଭଙ୍କୁ ବିଷ୍ଣୁଙ୍କର ଏହି ଗୋପନୀୟ ତଥ୍ୟ ସଂକ୍ଷେପରେ କହୁଛି l

ଏହି ପ୍ରସଙ୍ଗରେ ଅଣସର ଘରେ ଜରରେ ପଡ଼ିଥିବା ଠାକୁରମାନଙ୍କର ପଣାଭୋଗ କଥା କୁହାଯାଇଛି l ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି, ହେ ରାଜା ! ଅଣସର ଘରେ ବିଦ୍ୟାପତି ବଂଶର ସେବକମାନେ ପନ୍ଦରଦିନ ଧରି କର୍ପୂର ମିଶା ମିଶ୍ରିପଣା ବିଷ୍ଣୁଙ୍କୁ ଭୋଗ ଲଗାଇ ପୂଜା କରିବେ l ମିଶ୍ରିପଣାରେ କ୍ଷୀର-ସର ମିଶାଇ, ପରଂବ୍ରହ୍ମଙ୍କୁ ଚିନ୍ତା କରି ସମର୍ପଣ କରିବେ l ଆମେ ଯେପରି ଜର ହେଲେ ସାଗୁ, ବାର୍ଲି ଆଦି ତରଳ ଖାଦ୍ୟ ଖାଇଥାଉ, ଏହା ସେହିପରି ବ୍ୟବସ୍ଥା l

ଏହି ସମୟର ଅଣସର ତାଟି ଭିତରେ ଥିବା ଠାକୁରମାନେ ଅସୁସ୍ଥ ଥିବାରୁ, ସେମାନେ ସଂକ୍ଷିପ୍ତ ଶୁକ୍ଳବସ୍ତ୍ର ପରିଧାନ କରିଥାଆନ୍ତି ଏବଂ ସେମାନଙ୍କୁ କେବଳ ଶୁକ୍ଳ ଫୁଲ ଲାଗି ହୋଇଥାଏ l ଏହାର ବିଧି ଓ ନିଷେଧ ସଂପର୍କରେ ‘ନୀଳାଦ୍ରି ମହୋଦୟ’ରେ କୁହାଯାଇଛି- ହେ ରାଜା ! ଯେତେ ଶ୍ରଦ୍ଧା ଭକ୍ତି ଥିଲେ ମଧ୍ୟ ପ୍ରଭୁଙ୍କ ଶ୍ରୀଅଙ୍ଗର ମାଳ ଚନ୍ଦନ ଆଦି ନିର୍ମାଲ୍ୟ କଦାପି ବାହାରକୁ ନେବ ନାହିଁ l

ଏ ପ୍ରସଙ୍ଗରେ ଉଲ୍ଲେଖନୀୟ ଯେ ଏହି କ୍ଷୀର-ସର ମିଶା ମିଶ୍ରିପଣା ପତି ମହାପାତ୍ର ସେବକ ଅଣସର ତାଟି ଭିତରେ ଦାରୁଦେବତାମାନଙ୍କୁ ସମର୍ପଣ କରନ୍ତି l ପରେ ଦଇତାସେବକମାନେ ସେହି ଭୋଗରେ ଅଧିକ କ୍ଷୀର-ସର ଓ ମିଶ୍ରି ମିଶାଇ, ତାହାକୁ ଭକ୍ତମାନଙ୍କୁ ବିତରଣ କରିଥାଆନ୍ତି l ଏହା ‘ଅଣସର ପଣା’ ଭାବରେ ପ୍ରସିଦ୍ଧ l

ପ୍ରତିବର୍ଷ ଅଣସର ବେଳେ, ଏହି ପଣା ପାଇବାକୁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥାଏ l କିନ୍ତୁ ଅଣସର ତାଟି ଭିତରର ପ୍ରକୃତ ଗୁପ୍ତସେବା ଅତ୍ୟନ୍ତ ରହସ୍ୟମୟ l ବଡ଼ବାଡ଼ ର ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ଙ୍କ ଦ୍ୱାରା ଅଣସର ପଣା ପ୍ରସ୍ତୁତ ହେଉଛି l🙏🙏🙏

11/06/2025

On the auspicious day of Stana Purnima, devotees gather at the sacred Jagannath Temple to witness a divine ritual that symbolizes motherly care, nourishment, and spiritual strength. This holy day celebrates Devi Subhadra’s sacred bond with her brothers, Lord Jagannath and Lord Balabhadra, offering her the revered “Stana” or symbolic breast milk, a gesture of divine nurturing.

It is believed that worship on this full moon day grants blessings of protection, well-being, and fulfillment. The temple is adorned with flowers, lamps, and chants of bhajans, creating a celestial atmosphere filled with love and devotion.

Let us bow before the Lord of the Universe and pray for peace, prosperity, and spiritual growth.

🪔 Jai Jagannath!

🌕 ସ୍ତନା ପୂର୍ଣିମା ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଉତ୍ସବ 🌕

ସ୍ତନା ପୂର୍ଣିମା ଦିନରେ, ଶ୍ରୀ ମନ୍ଦିରରେ ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ପ୍ରତି ଏକ ବିଶେଷ ଉପଚାର ବ୍ୟକ୍ତ କରନ୍ତି – ଯାହା ମାତୃତ୍ୱ, ସେବା ଓ ସ୍ନେହର ପ୍ରତୀକ। ଏହି ପୂର୍ଣ୍ଣିମା ଦିନ ଦେବୀ ସୁଭଦ୍ରାଙ୍କ ପାଇଁ "ସ୍ତନ" ଅର୍ପଣ କରାଯାଏ, ଯାହା ଆଧ୍ୟାତ୍ମିକ ପୋଷଣ ଓ ଶକ୍ତିର ପ୍ରତୀକ ଭାବେ ଅନୁଷ୍ଠିତ।

ଏହି ଦିନରେ ଦେବତାଙ୍କ ଦର୍ଶନ କଲେ ଜୀବନରେ ଶାନ୍ତି, ସୁସ୍ଥତା ଓ ସମୃଦ୍ଧି ମିଳେ। ଶ୍ରୀମନ୍ଦିର ପୁଷ୍ପ, ଦୀପ ଓ ବଜନ୍ନାଦରେ ପୂର୍ଣ୍ଣ ହୋଇଥାଏ।

🙏 ଶ୍ରୀ ଜଗନ୍ନାଥଙ୍କୁ ନମନ।
ଜୟ ଜଗନ୍ନାଥ!

🌕 স্তনা পূর্ণিমা উপলক্ষে জগন্নাথ মন্দিরে এক পবিত্র পর্ব 🌕

স্তনা পূর্ণিমা হল মাতৃত্ব ও ভক্তির এক মহিমান্বিত দিন। এই দিনে দেবী সুভদ্রা ঠাকুরাণী তাঁর ভাই জগন্নাথ ও বলভদ্র-কে মাতৃস্নেহ প্রদান করেন এক প্রতীকী রূপে – "স্তন দান"। এটি শুধুমাত্র এক আনুষ্ঠানিকতা নয়, এটি এক আত্মিক পালন, যা মাতৃত্বের প্রেম, স্নেহ ও সুরক্ষার প্রতীক।

এই পুণ্য দিনে উপবাস ও পূজার মাধ্যমে ভক্তরা প্রার্থনা করেন সুখ, শান্তি ও আশীর্বাদ লাভের জন্য। মন্দির প্রাঙ্গণ ভরে ওঠে পুষ্প, প্রদীপ ও ভজনের ধ্বনিতে।

আসুন, আমরা সকলেই জগন্নাথ দেবের চরণে নত হয়ে প্রার্থনা করি বিশ্বকল্যাণের জন্য।

🪔 জয় জগন্নাথ!

On the auspicious day of Stana Purnima, devotees gather at the sacred Jagannath Temple to witness a divine ritual that s...
11/06/2025

On the auspicious day of Stana Purnima, devotees gather at the sacred Jagannath Temple to witness a divine ritual that symbolizes motherly care, nourishment, and spiritual strength. This holy day celebrates Devi Subhadra’s sacred bond with her brothers, Lord Jagannath and Lord Balabhadra, offering her the revered “Stana” or symbolic breast milk, a gesture of divine nurturing.

It is believed that worship on this full moon day grants blessings of protection, well-being, and fulfillment. The temple is adorned with flowers, lamps, and chants of bhajans, creating a celestial atmosphere filled with love and devotion.

Let us bow before the Lord of the Universe and pray for peace, prosperity, and spiritual growth.

🪔 Jai Jagannath!

🌕 ସ୍ତନା ପୂର୍ଣିମା ଉପଲକ୍ଷେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଉତ୍ସବ 🌕

ସ୍ତନା ପୂର୍ଣିମା ଦିନରେ, ଶ୍ରୀ ମନ୍ଦିରରେ ଭକ୍ତମାନେ ଦେବୀ ସୁଭଦ୍ରାଙ୍କ ପ୍ରତି ଏକ ବିଶେଷ ଉପଚାର ବ୍ୟକ୍ତ କରନ୍ତି – ଯାହା ମାତୃତ୍ୱ, ସେବା ଓ ସ୍ନେହର ପ୍ରତୀକ। ଏହି ପୂର୍ଣ୍ଣିମା ଦିନ ଦେବୀ ସୁଭଦ୍ରାଙ୍କ ପାଇଁ "ସ୍ତନ" ଅର୍ପଣ କରାଯାଏ, ଯାହା ଆଧ୍ୟାତ୍ମିକ ପୋଷଣ ଓ ଶକ୍ତିର ପ୍ରତୀକ ଭାବେ ଅନୁଷ୍ଠିତ।

ଏହି ଦିନରେ ଦେବତାଙ୍କ ଦର୍ଶନ କଲେ ଜୀବନରେ ଶାନ୍ତି, ସୁସ୍ଥତା ଓ ସମୃଦ୍ଧି ମିଳେ। ଶ୍ରୀମନ୍ଦିର ପୁଷ୍ପ, ଦୀପ ଓ ବଜନ୍ନାଦରେ ପୂର୍ଣ୍ଣ ହୋଇଥାଏ।

🙏 ଶ୍ରୀ ଜଗନ୍ନାଥଙ୍କୁ ନମନ।
ଜୟ ଜଗନ୍ନାଥ!

🌕 স্তনা পূর্ণিমা উপলক্ষে জগন্নাথ মন্দিরে এক পবিত্র পর্ব 🌕

স্তনা পূর্ণিমা হল মাতৃত্ব ও ভক্তির এক মহিমান্বিত দিন। এই দিনে দেবী সুভদ্রা ঠাকুরাণী তাঁর ভাই জগন্নাথ ও বলভদ্র-কে মাতৃস্নেহ প্রদান করেন এক প্রতীকী রূপে – "স্তন দান"। এটি শুধুমাত্র এক আনুষ্ঠানিকতা নয়, এটি এক আত্মিক পালন, যা মাতৃত্বের প্রেম, স্নেহ ও সুরক্ষার প্রতীক।

এই পুণ্য দিনে উপবাস ও পূজার মাধ্যমে ভক্তরা প্রার্থনা করেন সুখ, শান্তি ও আশীর্বাদ লাভের জন্য। মন্দির প্রাঙ্গণ ভরে ওঠে পুষ্প, প্রদীপ ও ভজনের ধ্বনিতে।

আসুন, আমরা সকলেই জগন্নাথ দেবের চরণে নত হয়ে প্রার্থনা করি বিশ্বকল্যাণের জন্য।

🪔 জয় জগন্নাথ!

Address

Shri Jagannath Temple
Puri
752001

Website

Alerts

Be the first to know and let us send you an email when Shree Jaganath Temple Association posts news and promotions. Your email address will not be used for any other purpose, and you can unsubscribe at any time.

Share