Bonai Chaitra Parva Updates

Bonai Chaitra Parva Updates Bonai Chaitra Parva – Celebrating the pride, culture and tradition of Bonai.

Bonai Chaitra Parva is a duly registered body bearing Registration No. 1/3020240200001 for the year 2024–25.

ବଣାଇଁ ଚୈତ୍ର ପର୍ବ କମିଟିର କର୍ମକର୍ତ୍ତାମାନେ ଆଜି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ।ଏହି...
09/05/2026

ବଣାଇଁ ଚୈତ୍ର ପର୍ବ କମିଟିର କର୍ମକର୍ତ୍ତାମାନେ ଆଜି ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦିଲ୍ଲୀପ ରାୟଙ୍କ ସହ ସୌଜନ୍ୟମୂଳକ ସାକ୍ଷାତକାର କରିଥିଲେ।

ଏହି ସାକ୍ଷାତକାର ସମୟରେ ଆଗାମୀ ଦିନରେ ବଣାଇଁ ଚୈତ୍ର ପର୍ବକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁସଂଗଠିତ ଭାବରେ ଆୟୋଜନ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା।ବଣାଇଁ ମାଟିର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା ।

ସାଂସଦ ଶ୍ରୀ ରାୟ ଚୈତ୍ର ପର୍ବର ଐତିହ୍ୟ ଓ ସାଂସ୍କୃତିକ ଗରିମାକୁ ପ୍ରଶଂସା କରିବା ସହ କମିଟିର ପ୍ରୟାସକୁ ସ୍ୱାଗତ କରିଥିଲେ।

ଆସନ୍ତୁ,ସମସ୍ତଙ୍କ ସହଯୋଗରେ ବଣାଇଁ ଚୈତ୍ର ପର୍ବ ଓ ବଣାଇଁକୁ ଆମେ ନୂତନ ଉଚ୍ଚତାକୁ ନେଇଯିବା। 🙏✨

ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ବଣାଇଁ ଚୈତ୍ର ପର୍ବ ।💐🥳ଯାତ୍ରା,ମୀନାବଜାର ଓ ମେଳାର ମଜା ନେଇ ଘରକୁ ଫେରିଲେ ଲୋକେ,ସ୍ମୃତିରେ ରହିଗଲା ଚୈତ...
07/05/2026

ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେଲା ବଣାଇଁ ଚୈତ୍ର ପର୍ବ ।💐🥳

ଯାତ୍ରା,ମୀନାବଜାର ଓ ମେଳାର ମଜା ନେଇ ଘରକୁ ଫେରିଲେ ଲୋକେ,ସ୍ମୃତିରେ ରହିଗଲା ଚୈତ୍ର ପର୍ବର ରଙ୍ଗୀନ୍ ମହୋତ୍ସବ ।
ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । 💓

ଜୟ ମାଁ ବାସୁଳୀ 🙏🏻

29/04/2026

ବଣାଇଁ ମାଟିରେ ଆଜି ହେବ ଧମାକା… 🔥🔥
ଯାତ୍ରାପ୍ରେମୀମାନେ… ହୃଦୟକୁ ପ୍ରସ୍ତୁତ ରଖନ୍ତୁ!

✨ଆସି ପହଞ୍ଚିଛି ଆପଣମାନଙ୍କର ଆଦର୍ଶ ବିଗ୍ ବଜେଟ୍ ଯାତ୍ରା ଦଳ —
ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ
🎭ଏବଂ ଆଜିର ସେହି ଚର୍ଚ୍ଚିତ, ହୃଦୟକୁ ଛୁଇଁଯିବା ଭଳି ନାଟକ —
💖 “ତୋ ପ୍ରେମ ଲାଗେ ନୂଆ ନୂଆ”
💥 ଓପେରା କାଉଣ୍ଟର ଖୋଲାଅଛି⏳
👉ଏବେହିଁ ଆସନ୍ତୁ… ଆପଣଙ୍କର ଟିକେଟ୍ ବୁକ୍ କରନ୍ତୁ!
🎶 ରୋମାନ୍ସ, ଏକ୍ସନ୍, ଇମୋସନ୍ — ସବୁକିଛି ଏକ ମଞ୍ଚରେ!
✨ ଯାତ୍ରା ଦେଖିବେ ନୁହେଁ… ଯାତ୍ରାକୁ ଜୀବନ୍ତ ଅନୁଭବ କରିବେ! 🎭

28/04/2026

ପ୍ରତ୍ୟେକ ରାତିରେ ମଞ୍ଚ କମ୍ପାଉଥିବା ସ୍ୱର…
ଆପଣଙ୍କ ହୃଦୟକୁ ଛୁଇଁଯିବା ଭଳି କାହାଣୀ…
🎭ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ🎭
ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ପ୍ରଥମ ଦିନର ଦମଦାର ଶୋ !🔥
ସାରା ଓଡିଶାକୁ ହଲାଇଦେଇଥିବା ସେଇ ସୁପରହିଟ୍ ନାଟକ
💖 “ତୋ ପ୍ରେମ ଲାଗେ ନୂଆ ନୂଆ”💖
ଆସୁଛି ଆପଣଙ୍କ ନିଜ ମାଟିରେ, ଆପଣଙ୍କ ପାଇଁ!🎤
“ପ୍ରେମର ସେଇ ନୂଆ ଅନୁଭୂତି… ହୃଦୟର ସେଇ ଅଜଣା ଧଡକନ…
ଦେଖିବାକୁ ଚାହୁଁଛନ୍ତି କି ସେଇ କାହାଣୀ…?
ତାହେଲେ ଆସନ୍ତୁ… ଏଇ ମଞ୍ଚରେ ସାଥୀ ହୋଇ ଦେଖନ୍ତୁ…!”
✨ ମନକୁ ଛୁଇଁଯିବା ଭଳି ଅଭିନୟ
✨ ଆକର୍ଷଣୀୟ ସଙ୍ଗୀତ ସଂଯୋଜନା
✨ ଚମତ୍କାର ନୃତ୍ୟ ଓ ରୋମାଞ୍ଚକର ଦୃଶ୍ୟ
⏳ ଡେରି କରନ୍ତୁ ନାହିଁ ।
🎟️ ଅଗ୍ରିମ ଟିକେଟ୍ ବୁକ୍ କରନ୍ତୁ ଏବେହିଁ ।📢

🎭🔥 ବଣାଇଁ ମାଟିରେ ଧମାକେଦାର ପ୍ରବେଶ! 🔥🎭ଯାତ୍ରା ମହାରଥୀ-କଳିଙ୍ଗ ଗଣନାଟ୍ୟଆସିପହଞ୍ଚିଛି… ନେଇଆସିଛି ରଙ୍ଗ, ରସ ଓ ରୋମାଞ୍ଚର ତୁଫାନ..📅 ଆସନ୍ତା...
27/04/2026

🎭🔥 ବଣାଇଁ ମାଟିରେ ଧମାକେଦାର ପ୍ରବେଶ! 🔥🎭

ଯାତ୍ରା ମହାରଥୀ-କଳିଙ୍ଗ ଗଣନାଟ୍ୟ
ଆସିପହଞ୍ଚିଛି… ନେଇଆସିଛି ରଙ୍ଗ, ରସ ଓ ରୋମାଞ୍ଚର ତୁଫାନ..

📅 ଆସନ୍ତା ୨୯/୦୪/୨୦୨୬ରୁ ୩ଦିନ ଧରି
🎪 ବଣାଇଁ,ଯାତ୍ରା ରାଇଜ ହେବ,ଝୁମିଉଠିବ

ନାଚ, ଗୀତ, ଡ୍ରାମା ଓ ଧମାକେଦାର ଅଭିନୟରେ…!

💥 ପ୍ରତିରାତି — ନୂଆ କାହାଣୀ, ନୂଆ ରୋମାଞ୍ଚ!
💥 ପ୍ରତି ମୁହୂର୍ତ୍ତ — ହୃଦୟକୁ ଛୁଇଁଯିବା ଭଳି ଅନୁଭୂତି!

🎟️ ଅଗ୍ରିମ ଟିକେଟ୍ ବୁକ୍ କରନ୍ତୁ ଆଜିହିଁ!
🚨 ସ୍ଥାନ ସୀମିତ — ଆଜି ବୁକ୍, କାଲି ଫୁଲ୍!

👉 ଆସନ୍ତୁ… ପରିବାର ସହିତ ଉପଭୋଗ କରନ୍ତୁ ଏହି ମହା ମନୋରଞ୍ଜନର ଉତ୍ସବ! 🎉

ଘଟରେ ବିରାଜିଲେ ମାଆ, ଭରିଦେଲେ ଶାନ୍ତିର ଧାରା…ଘଟ ଶୀତଳା ପୂଜା ସମ୍ପୂର୍ଣ୍ଣ, ମନେ ଭକ୍ତିର ଆଲୋକ ଧାରା 🙏🌺ଜୟ ମା ବାସୁଳୀ 🙏🌷
22/04/2026

ଘଟରେ ବିରାଜିଲେ ମାଆ, ଭରିଦେଲେ ଶାନ୍ତିର ଧାରା…
ଘଟ ଶୀତଳା ପୂଜା ସମ୍ପୂର୍ଣ୍ଣ, ମନେ ଭକ୍ତିର ଆଲୋକ ଧାରା 🙏🌺

ଜୟ ମା ବାସୁଳୀ 🙏🌷

ବଣାଇଁ ଚୈତ୍ର ପର୍ବ-୨୦୨୬ ର ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଯୋଗଦାନ କରି ଶୋଭା ବଢ଼ାଇଥିଲେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁ...
18/04/2026

ବଣାଇଁ ଚୈତ୍ର ପର୍ବ-୨୦୨୬ ର ସାଂସ୍କୃତିକ କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଯୋଗଦାନ କରି ଶୋଭା ବଢ଼ାଇଥିଲେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୋଇ ମହୋଦୟ। ସେ ବଣାଇଁ ରାଜା ସାହେବଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର ପରେ ଆସି ସାଂସ୍କୃତିକ ମଞ୍ଚରେ ଯୋଗଦାନ କରିଥିଲେ ।

ମହାଶୟଙ୍କ ଆଗମନ ଏହି ଅବସରକୁ କରିଦେଲା ଅଧିକ ମାନ୍ୟତାପୂର୍ଣ୍ଣ ଓ ସ୍ମରଣୀୟ। 🙏

18/04/2026

ଟି.ସୌରୀଙ୍କର ସୁଲୀଳ କଣ୍ଠରେ ମତୁଆଲା ହେଲା ବଣାଇଁ ମାଟି 🎶

ନାଚ-ଗୀତର ମାଧୁରୀରେ ଝୁମି ଉଠିଲା ଜନସମୁଦ୍ର—ମଞ୍ଚ ହେଲା ଉଲ୍ଲାସର ଜୀବନ୍ତ ମହୋତ୍ସବ 🔥✨

18/04/2026

ଆଜି ତା୧୮/୦୪/୨୦୨୬ରିଖରେ
ବଣାଇଁ ଚୈତ୍ର ପର୍ବର ରଙ୍ଗିନ ମଞ୍ଚରେ
ଆସୁଛନ୍ତି ସ୍ୱରର ସମ୍ରାଟ,ମେଲୋଡି ଗୀତର ଜାଦୁକର ଟି ସୌରୀ ।🎶

ସଙ୍ଗୀତର ମିଠା ଧୂନ୍ ରେ ମନ ମୋହିବା ପାଇଁ ଓ
ତାଳର ଝୁମ୍ ରେ ହୃଦୟକୁ ଜିତିବା ପାଇଁ ଆସୁଛି - "ମେଲୋଡି ଗୀତ ସମ୍ରାଟ" ।🎶

ଆସନ୍ତୁ...
ସବୁ ଦୁଃଖକୁ ଭୁଲି
ନାଚିବା… ଗାଇବା… ଆଉ ଝୁମିଯିବା…
ଏହି ସଙ୍ଗୀତମୟ ମହାମଞ୍ଚରେ…🎶🔥
ବଣାଇଁ ଚୈତ୍ର ପର୍ବ…
ଆଜି ହେବ ସତରେ ଅଧିକ ରଙ୍ଗିନ…!

Address

Rajbati
Bonaigarh
770038

Website

Alerts

Be the first to know and let us send you an email when Bonai Chaitra Parva Updates posts news and promotions. Your email address will not be used for any other purpose, and you can unsubscribe at any time.

Share

Category