Young Author Award

Young Author Award An annual literary award founded in 2017 by author Subhransu Panda on behalf of PEN IN BOOKS

20/11/2025

ଘୋଷଣା
--------
୯ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ
PEN IN BOOKS Young Author Award 2025

ବିଗତ ବର୍ଷମାନଙ୍କ ଭଳି ୨୦୨୫ ମସିହା ପାଇଁ ୪୦ ବର୍ଷ ବା ତହିଁରୁ କମ ବୟସର ୧୦ ଜଣ ଲେଖକ ସେମାନଙ୍କର ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

୧. ଶୁଭାଶିଷ ପଟ୍ଟନାୟକ (୧୯୯୯), ବାଲେଶ୍ବର, ଗଳ୍ପ ପାଣ୍ଡୁଲିପି 'ଡେଣା ନଥିବା ଚଢ଼େଇ'
୨. ପ୍ରତିମା ପାତ୍ର (୧୯୮୫), ବରଗଡ଼, ଗଳ୍ପ ପାଣ୍ଡୁଲିପି 'ଭୟଙ୍କର ବର୍ଷାରାତି'
୩. ଜିତେନ୍ଦ୍ର ସାହୁ (୧୯୮୯), ଯାଜପୁର, ଗଳ୍ପ ପାଣ୍ଡୁଲିପି 'ଦହିହାଣ୍ଡି'
୪. ଜନ୍ମେଜୟ ପଣ୍ଡା (୧୯୯୭), କଟକ, ଉପନ୍ୟାସ ପାଣ୍ଡୁଲିପି 'ଅଜ୍ଞାତବାସ'
୫. ସ୍ରୋତସ୍ବିନୀ ପରିଡ଼ା (୧୯୯୮), ଯାଜପୁର, ଗଳ୍ପ ପାଣ୍ଡୁଲିପି 'ଟିସୁପେପର'
୬. କୌଶିକ ଗିରି (୨୦୦୭), ମୟୂରଭଞ୍ଜ, କବିତା ପାଣ୍ଡୁଲିପି 'ତ୍ୟାଗର ଈଶ୍ବରୀ'
୭. ସୁବ୍ରତ ପାତ୍ର (୧୯୯୫), କେନ୍ଦ୍ରାପଡ଼ା, ଗଳ୍ପ ପାଣ୍ଡୁଲିପି 'ଶେଷରାକ୍ଷୀ ଓ ଅନ୍ୟାନ୍ୟ ଗଳ୍ପ'
୮. ଶିବ ଚରଣ ମହାପାତ୍ର (୧୯୯୦), କେନ୍ଦୁଝର, ଗଳ୍ପ ପାଣ୍ଡୁଲିପି 'ସ୍କେଚ୍'
୯. ଶୁଭସ୍ମିତା ତ୍ରିପାଠୀ (୧୯୯୭), ଗଞ୍ଜାମ, କବିତା ପାଣ୍ଡୁଲିପି 'କେହିଜଣେ ପ୍ରେମିକ ପୁରୁଷ'
୧୦. ଶୁଭଶ୍ରୀ ତନିମା ନାୟକ (୧୯୯୬), କେନ୍ଦୁଝର, କବିତା ପାଣ୍ଡୁଲିପି 'ଫୁଲ ଫୁଟିବାର ବେଳ'

ଏଥର ବିଚାରକ ଭାବେ ଚୟନ ପ୍ରକ୍ରିୟାରେ ଯୋଗ ଦେଇଥିଲେ କଥାକାର ଶ୍ରୀ ପ୍ରକାଶ ମହାପାତ୍ର, କଥାକାର ଶ୍ରୀମତୀ ପ୍ରବୀଣା ମହାନ୍ତି ଓ କଥାକାର ଶ୍ରୀ ଆଶିଷ କୁମାର ଗଡ଼ନାୟକ। ବିଚାରକୁ ନିଆଯାଇଥିବା ମୋଟ ୬୪ଟି ପାଣ୍ଡୁଲିପି ମଧ୍ୟରୁ ବିଚାରକ ମଣ୍ଡଳୀ ଉପରୋକ୍ତ ୧୦ ପାଣ୍ଡୁଲିପିକୁ ଯୋଗ୍ୟ ବିବେଚିତ କରିଛନ୍ତି। ସମସ୍ତ ବିଜେତାଙ୍କୁ ପେନ୍‌ ଇନ୍‌ ବୁକ୍ସ ଓ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଅଭିନନ୍ଦନ। ଅଂଶଗ୍ରହଣ କରିଥିବା ସମସ୍ତ ଯୁବଲେଖକଙ୍କୁ ଶୁଭେଚ୍ଛା ଏବଂ ବିଚାରକ ମଣ୍ଡଳୀକୁ କୃତଜ୍ଞତା। ଆସନ୍ତା ଡିସେମ୍ବର ୭ ତାରିଖ ରବିବାର ଦିନ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ଚଳିତ ବର୍ଷର ୧୦ ଜଣ ବିଜେତାଙ୍କୁ ସମ୍ମାନିତ କରାଯିବା ସହ ୨୦୨୪ର ବିଜେତାମାନଙ୍କର ପୁସ୍ତକ ଉନ୍ମୋଚିତ ହେବ।

9th PEN IN BOOKS Young Author Awardପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ୨୦୨୫   ନବମ ସଂସ୍କରଣ ପାଇଁ ପାଣ୍ଡୁଲିପି ଆହ୍ବାନଓଡ଼ିଶାର ଯୁବ...
17/07/2025

9th PEN IN BOOKS Young Author Award
ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ ୨୦୨୫

ନବମ ସଂସ୍କରଣ ପାଇଁ ପାଣ୍ଡୁଲିପି ଆହ୍ବାନ

ଓଡ଼ିଶାର ଯୁବ ଲେଖକଙ୍କ ସବୁଠୁ ପ୍ରତୀକ୍ଷିତ ସାହିତ୍ୟ ପୁରସ୍କାର 'ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ'ର ନବମ ସଂସ୍କରଣ ପାଇଁ ପାଣ୍ଡୁଲିପି ଆହ୍ବାନ କରୁଛି ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍।
ପାଣ୍ଡୁଲିପି ପହଞ୍ଚିବାର ଶେଷ ତାରିଖ ୩୦ ଅଗଷ୍ଟ ୨୦୨୫
ପାଣ୍ଡୁଲିପି ପଠାଇବାର ଠିକଣା Odia Media Private Limited, M-6/51, Acharya Vihar, Bhubaneswar-751013

ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶ ପାଇବ।
fans

29/12/2024

୮ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନସମ୍ମାନିତ ହେଲେ ୧୦ ଲେଖକ, ଉନ୍ମୋଚନ ହେଲା ବିଗତ ...

29/12/2024

Address

Odia Media Private Limited
Bhubaneswar
751015

Alerts

Be the first to know and let us send you an email when Young Author Award posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Young Author Award:

Share

Category

PEN IN Books Young Author Award

This is an annual literary award founded in 2017 by author Subhransu Panda on behalf of publishing house PEN IN Books (a unit of Odia Media Private Limited).

This award is conferred on young Indian authors aged 18 to 40 for their unpublished manuscripts. Later the manuscripts are published by PEN IN Books.

Basically this award is to encourage creative writings in Odia language. However In 2018 Hindi and English writings from India have also been added to the awards category. It has been decided to award 10 authors from Odia language, one author from Hindi and another one from English language each year.

In 2017 10 young authors writing in Odia received the award during the inaugural event of the prestigious 2nd Bhubaneswar Literary Festival at Mayfair Convention. In 2018 10 Odia authors and two authors writing in Hindi and English respectively have been selected to receive the award.